୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

Jul 20, 2026 - 00:24
୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ଅଲରାଉଣ୍ଡର ଗ୍ୟାରୀ ସୋବର୍ସଙ୍କ ବିୟୋଗରେ ଉଭୟ ଦଳର ଖେଳାଳିମାନେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ରୋହିତ ପ୍ରଥମ ଭାରତୀୟ ବ୍ୟାଟର ଭାବେ ଲଡର୍‌ସରେ ଦିନିକିଆ ଶତକ ହାସଲ କରିଛନ୍ତି।

ବ୍ୟାଟିଂ କରିଥିବା ଇଂଲଣ୍ଡ ୫୦ ଓଭରରେ ୩ ଉଇକେଟ ହରାଇ ୩୮୭ ରନ କରିଥିଲା। ଜବାବରେ ରୋହିତ ଓ ଅଧିନାୟକ ଶୁବମନ ଗିଲ ଭାରତକୁ ୧୪୭ ରନର ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ। ଗିଲ (୭୭ ରନ, ୧୦ ଚୌକା ଓ ୧ ଛକା) ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ରୋହିତଙ୍କ ସହ ବିରାଟ କୋହଲି ମିଶି ଦ୍ୱିତୀୟ ଉଇକେଟରେ ୧୧୩ ରନ ଯୋଡ଼ିଥିଲେ। ରୋହିତ ୧୧୦ ବଲରେ ୧୭ ଚୌକା ଓ ୫ ଛକା ସହାୟତାରେ ୧୩୮ ରନ କରି ପାଭିଲିଅନ ଫେରିଥିଲେ। ଏହା ତାଙ୍କର ୩୪ତମ ଦିନିକିଆ ଶତକ ଥିଲା। ଏହାପରେ ଇଶାନ କିଶନ (୧୪), ଶ୍ରେୟସ ଆୟାର (୨) ଓ ଲୋକେଶ ରାହୁଲ (୧୨) ଫେଲ ମାରିଥିବା ବେଳେ କୋହଲି (୭୪ ରନ, ୪ ଚୌକା ଓ ୩ ଛକା) ବଡ଼ ଶଟ୍‌ ମାରିବାକୁ ଯାଇ ଆଉଟ୍‌ ହୋଇଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ଭାରତ ୭ ଉଇକେଟ ହରାଇ ୩୬୦ ରନ କରିଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।