Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...

ମେଷ: ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମକୁ ଭଲ ଦିଶା ଦେବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ସହିତ ଜିନିଷ କିଣିବାକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
ବୃଷ: ଚାକିରିରେ ମନ ମୁତାବକ ପ୍ରୋଜେକ୍ଟ ପାଇବା ଯୋଗୁଁ ପ୍ରସନ୍ନ ରହିବେ। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ।
ମିଥୁନ: ଆପଣ କାହାରିଙ୍କୁ ସାହାଯ୍ୟ କରିବା ଯୋଗୁଁ ମନକୁ ଶାନ୍ତି ମଳିବ। ଇସ୍ପାତ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।
କର୍କଟ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।
ସିଂହ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ବନ୍ଧୁ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
କନ୍ୟା: ଆପଣଙ୍କ ଯୋଜନାରେ ସକାରାତ୍ମକ ଜବାବ ମିଳିବା ଯୋଗୁଁ ଖୁସି ହେବେ। କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। କୌଣସି ଅନ୍ୟର କାମରେ ନିଜକୁ ଦୂରରେ ରଖନ୍ତୁ।
ଆହୁରି ପଢ଼ନ୍ତୁ- Monsoon Session: ମୌସୁମୀ ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଉପରେ ରହିବ ଗୁରୁତ୍ବ
ତୁଳା: ବେପାରରେ ବୃଦ୍ଧି ହେବ। ଲକ୍ଷ୍ୟ ହାସଲ ପାଇଁ ଲୋକଙ୍କ ସହଯୋଗ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। କୌଣସି ଉଦ୍ୟୋଗରେ ସାକ୍ଷାତ୍କାର ଲାଗି ଡାକରା ଆସିପାରେ।
ବିଛା: କାମ ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। କୌଣସି ଆହ୍ବାନର ସାମନା କରିବେ। ପରିଶ୍ରମ ଭଲ ଫଳ ଅତିଶୀଘ୍ର ପାଇବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ବଜାୟ ରହିବ।
ଧନୁ: ଆପଣ ସମାଜରେ ମାନସମ୍ମାନ ପାଇବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀ ଶିକ୍ଷକଙ୍କର ସହଯୋଗ ପାଇବେ।
ମକର: ଆପଣଙ୍କ କ୍ୟାରିୟରରେ ଅଚାନକ କିଛି ପରିବର୍ତ୍ତନ ଆସିପାରେ। ପୁରୁଣା ଜମିରୁ ଆପଣଙ୍କ ଧନଲାଭ ହେବ। ବ୍ୟବସାୟରେ କରି ଆସୁଥିବା କାମର ସଫଳତା ପାଇବେ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: କୌଣସି କାମରେ ଦୂରସ୍ଥାନକୁ ଯିବେ। ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଘରର କିଛି ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।
ମୀନ: ଦିନଟି ଆପଣଙ୍କ ଲାଗି ବିଶେଷ ରହିବ। ନୂଆ ବ୍ୟବସାୟ ଲାଗି ପଦକ୍ଷେପ ନିଅନ୍ତୁ ଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ରାତ୍ରିଭୋଜନର ଯୋଜନା କରିବେ।