Dacoity Plot Foiled ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ମାରଣାସ୍ତ୍ର ଜବତ

Jul 03, 2026 - 21:40
Dacoity Plot Foiled ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ମାରଣାସ୍ତ୍ର ଜବତ

ଜୟପୁର: ଜୟପୁର ଟାଉନ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରାଯାଇଛି। ଏହି ମାମଲାରେ ପୁଲିସ ୫ ଜଣ ଦୁର୍ଦ୍ଦାନ୍ତ ପେଶାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Dacoit bid folied ପେଟ୍ରୋଲ ପମ୍ପ୍‌ ଲୁଟିବାକୁ ଯୋଜନା କରୁଥିଲେ ଧରାପଡ଼ିଲେ ୬ ଅଭିଯୁକ୍ତ

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨ ଓ ୩ ତାରିଖ ମଧ୍ୟରାତ୍ରିରେ ଜୟପୁର ଟାଉନ ଥାନାର ଏକ ପାଟ୍ରୋଲିଂ ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଜାମୁନାଗୁଡ଼ା ସ୍ଥିତ ଫରେଷ୍ଟ ଟ୍ରେନିଂ ସେଣ୍ଟର କ୍ୟାମ୍ପସ ନିକଟରେ କିଛି ସନ୍ଦିଗ୍ଧ ଯୁବକ ମାରଣାସ୍ତ୍ର ଧରି ଏକତ୍ରିତ ହୋଇଛନ୍ତି। ସେମାନେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ି କିମ୍ବା କୌଣସି ଧନୀ ବ୍ୟକ୍ତିଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। 

Dacoity: ଆଳିରେ ଡକାୟତି: ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ଗହଣା

ଖବର ପାଇବା ମାତ୍ରେ ପୁଲିସ ଟିମ୍‌  ଘଟଣାସ୍ଥଳରେ ଚଢ଼ାଉ କରିଥିଲା ଏବଂ ପିଛା କରି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ଗୋଟିଏ ଷ୍ଟିଲ୍ ଖଣ୍ଡା, ଗୋଟିଏ ଲୁହା ରଡ୍, ଲଙ୍କା ଗୁଣ୍ଡ, ଦୁଇଟି ଖାଲି ମଦ ବୋତଲ, ୧୦ଟି ସିଗାରେଟ୍ ଖଣ୍ଡ, ମିକ୍ସଚର ପ୍ୟାକେଟ୍, ୬ଟି ଡିସପୋଜାଲ୍ ଗ୍ଲାସ୍, ଦିଆସିଲ୍ ଏବଂ ୨ଟି ପ୍ଲାଷ୍ଟିକ୍ ଟର୍ଚ୍ଚ ଲାଇଟ୍ ଜବତ କରିଛି। ଏ ନେଇ ଜୟପୁର ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗ ନାମରେ ପୂର୍ବରୁ ସର୍ବାଧିକ ୩୩ଟି ଅପରାଧିକ ମାମଲା, ଗୋପବନ୍ଧୁ ନଗର ଶିବ ଓରଫ୍ ଶିବ ନାୟକ ନାମରେ୧୦ଟି ମାମଲା, ଗୋପବନ୍ଧୁ ନଗର ହରି ନାୟକ ନାମରେ ୭ଟି ମାମଲା, ରେଭେନ୍ୟୁ କଲୋନୀ ଟୁଲୁ ଖୋସଲା ନାମରେ ୫ଟି ମାମଲା, ଜମୁନାଗୁଡ଼ା ଫିରୋଜ ନାଗ ନାମରେ ୨ଟି ମାମଲା ରହିଛି I ପୁଲିସର ଯାଞ୍ଚ ଅନୁସାରେ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ଜଣେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଆଜିର ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ପ୍ରକାଶ କରିଛନ୍ତି।