Horoscope 2026 August 10: ଜାଣନ୍ତୁ ଆଜିର ରାଶିଫଳ
"୧୦ ଅଗଷ୍ଟ ୨୦୨୬, ସୋମବାର।
ତିଥି: ଶ୍ରାବଣ କୃଷ୍ଣ ଦ୍ବାଦଶୀ।
ନକ୍ଷତ୍ର: ଆର୍ଦ୍ରା।
ଚନ୍ଦ୍ର: ମିଥୁନ।
କ୍ଷୟାତିଥି, ସୋମ ପ୍ରଦୋଷ ବ୍ରତ।
ସୂର୍ଯ୍ୟୋଦୟ: ୫ଟା୨୯, ସୂର୍ଯ୍ୟାସ୍ତ: ୬ଟା୧୪।
ଘାତଚନ୍ଦ୍ର: କନ୍ୟା।
ଘାତବାର: ମିଥୁନ।
ଶୁଭବେଳା: ପ୍ରାତଃ ୫ଟା୨୯ରୁ ୭ଟା୪, ଦିବା ୧୦ଟା୩୫ରୁ ୧ଟା୮, ଦିବା ୪ଟା୩୯ରୁ ୫ଟା୨୩, ସନ୍ଧ୍ୟା ୬ଟା୫୯ରୁ ୯ଟା୧୪, ରାତ୍ରି ୧୧ଟା୫୨ରୁ ୨ଟା୨୯ ପର୍ଯ୍ୟନ୍ତ।Advertisment ମେଷ: ଜମି କିଣାବିକାର ଯୋଜନା ଥିଲେ, ସେ ନେଇ ବିଚାରବିମର୍ଶ କରନ୍ତୁ।
କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି।
ବନ୍ଧୁ ସହିତ ମନୋରଞ୍ଜନର ମଉକା ପାଇବେ।ବୃଷ: କାମ ଯଥାଶୀଘ୍ର ସାରିବାରେ ଭାବନା ରଖନ୍ତୁ।
କାର୍ କିଣିବା ଲାଗି ଆପଣଙ୍କର ଇଚ୍ଛା ହେବ।
ଛାତ୍ରଛାତ୍ରୀ ନିଜର ଯୋଗ୍ୟତା ବଳରେ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ।
ମିଥୁନ: କାମ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିପାରନ୍ତି।
ଅଟକିଥିବା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ।
ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବାର ଯୋଗ ଅଛି।
ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିବେ।
ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀମାନଙ୍କର ସହଯୋଗ ପାଇବେ।
ସିଂହ: ଘର କାମରେ ଆପଣଙ୍କ ଅର୍ଥ ଲାଗିପାରେ।
କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ବରିଷ୍ଠ ଓ ଅନୁଭବୀ ଲୋକଙ୍କ ସହିତ ଅତିବାହିତ କରିବେ।
ନୂଆ ସୂଚନା ମିଳିବ।
ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ।
କନ୍ୟା: ନମ୍ର ବ୍ୟବହାର ଆପଣଙ୍କୁ ସମ୍ମାନ ଆଣିଦେବ।
ପାରିବାରିକ ସମ୍ବନ୍ଧରେ ଆତ୍ମୀୟତା ଅନୁଭବ କରିବେ।
ଆପଣଙ୍କୁ ଏକାବେଳେ ଅନେକ ଦାୟିତ୍ବ ମିଳିପାରେ।
ତୁଳା: ଦାନ ପୁଣ୍ୟ କରିବାରେ ରୁଚି ବଢ଼ିବ।
ଗୃହସ୍ଥ ଜୀବନରେ ସୁଖୀ ରହିବେ।
ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଅଧିକ ଲାଭ ହେବ।
ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବିଛା: କୌଣସି ସମସ୍ୟାର ସମାଧାନ କରିବାରେ ଆପଣଙ୍କ ସହଯୋଗ ସକାରାତ୍ମକ ରହିବ।
ଘର ଲୋକଙ୍କ ସହିତ ଭଲ ସମୟ କାଟିବେ।
ଛାତ୍ରଙ୍କୁ ସଫଳତା ମିଳିବ।
ଧନୁ: ରୋଜଗାରର ନୂଆ ଅବସର ପାଇବେ।
ଅଫିସ କାମରେ ଦୂର ସ୍ଥାନକୁ ଯିବେ।
ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ କରିବେ।
କାରବାର ବଢ଼ାଇବା ପାଇଁ ମଉକା ପାଇବେ।
ମକର: ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେଲେ ଆପଣଙ୍କର ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ।
କାମରେ ଅଧିକ ପରିଶ୍ରମ କରିବାକୁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ। କୁମ୍ଭ: ପ୍ରସାଧନ ବ୍ୟବସାୟୀଙ୍କର ବହୁତ ଲାଭ ହେବ।
ଆପଣଙ୍କ ବିରୋଧୀ ଆପଣଙ୍କୁ ଅଫିସ କାମରେ ମତ ମାଗିବେ।
ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ।ମୀନ: ବେପାରରେ ଆଶାଜନକ ଫଳ ପାଇବେ।
ସନ୍ତାନର କୌଣସି ନକାରାତ୍ମକ ଗତିବିଧି ଜାଣି ପାରିବେ।
ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
