Honest Woman Returns Cash-Filled Bag: ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇଲେ ମହିଳା, ପୋଲିସ ଜିମା ଦେଲେ
ମହାନତା ଦେଖାଇଲେ ମହିଳା। ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ପାଇ ଥାନାରେ ଦେଲେ ଜିମା। ଏଭଳି ଘଟଣା ଆଜି ଭଦ୍ରକ ଟାଉନ ଥାନାରେ ଦେଖିବାକୁ ମିଳିଛି। OMCର ଶୁଭସ୍ମିତା ଜେନା ନାମ୍ନୀ ଜଣେ ମହିଳା ଅଧିକାରୀ ନିଜ ସାଙ୍ଗର ବାହାଘରରେ ଯୋଗ ଦେବା ପାଇଁ ଯାଜପୁର ଯାଇଥିଲେ।
ଯାଜପୁର ବସଷ୍ଟାଣ୍ଡରେ ବସିଥିଲା ବେଳେ କେହି ଜଣେ ନିଜର ଗୋଟିଏ ବ୍ୟାଗକୁ ଛାଡିଦେଇ ପଳାଇ ଯାଇଥିଲେ। ତେବେ ଶୁଭସ୍ମିତା ସେହି ଵ୍ୟାଗକୁ ପାଇ ବିଭିନ୍ନ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି କିଛି କହି ପାରି ନଥିଲେ। ଶୁଭସ୍ମିତାଙ୍କର ବସ୍ ସମୟ ହୋଇଥିବାରୁ ଫେରି ଆସିଥିଲେ।
ଭଦ୍ରକ ଟାଉନ ଥାନାକୁ ତାଙ୍କ ବାପାଙ୍କ ସହିତ ଯାଇ ବ୍ୟାଗ୍ କୁ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ବ୍ୟାଗରେ ୬୦ ହଜାରରୁ ଅଧିକ ଟଙ୍କା ଥିବା ସହିତ ରୁପା ପାଉଁଜି ଓ ଚାବି ପେନ୍ଥା ଥିବାର ଜଣାପଡିଛି।
ଯାଜପୁର ବସଷ୍ଟାଣ୍ଡରେ ମିଳିଥିଲା
ଭଦ୍ରକ ପୋଲିସ୍ କୁ ହସ୍ତାନ୍ତର କଲେ
ଭୋଜି ଖାଇ ଫେରୁଥିବା ବେଳର ଘଟଣା
ବ୍ୟାଗରେ ଥିଲା ୬୦ ହଜାର ଟଙ୍କା ଓ ଅଳଙ୍କାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।