Dramatic Rescue Turns Terrifying as Bear Gives Chase: ମୃତ୍ୟୁ ମୁହଁରୁ ଉଦ୍ଧାର କଲେ ଲୋକ, ବାହାରକୁ ଆସିବା ପରେ ଗୋଡ଼ାଇଲା ଭାଲୁ

Jul 13, 2026 - 18:23
Dramatic Rescue Turns Terrifying as Bear Gives Chase: ମୃତ୍ୟୁ ମୁହଁରୁ ଉଦ୍ଧାର କଲେ ଲୋକ, ବାହାରକୁ ଆସିବା ପରେ ଗୋଡ଼ାଇଲା ଭାଲୁ

ମୃତ୍ୟୁ ମୁହଁରୁ ଉଦ୍ଧାର କଲେ ଲୋକେ, ବାହାରକୁ ଆସିବା ପରେ ଗୋଡ଼ାଇଲା ଭାଲୁ। ଅନୁଗୁଳ ଆଠମଲ୍ଲିକ ବ୍ଲକ୍ ଜଗନ୍ନାଥପୁର ଗ୍ରାମରେ ଦୁଇଟି ଭାଲୁ ଏକ କୂଅରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଭାଲୁଙ୍କୁ ଉଦ୍ଧାର ପାଇଁ ଆଗକୁ ଆସିଥିଲେ।

ଦୀର୍ଘ ସମୟର ପ୍ରୟାସ ପରେ ଭାଲୁଙ୍କୁ ସୁରକ୍ଷିତ କୂଅରୁ ବାହାର କରାଯାଇଥିଲା। ହେଲେ ଠିକ୍ ସେହି ସମୟରେ ଘଟିଥିଲା ଏକ ଅପ୍ରତ୍ୟାଶିତ ଘଟଣା। କୂଅରୁ ବାହାରିବା ମାତ୍ରେ ଭାଲୁଟି ହଠାତ୍ ଉଗ୍ର ରୂପ ଧାରଣ କରି ସେଠାରେ ଉପସ୍ଥିତ ଲୋକଙ୍କ ଆଡ଼କୁ ଦୌଡ଼ି ଯାଇଥିଲା। ଭାଲୁକୁ ନିଜ ଆଡ଼କୁ ଆସୁଥିବା ଦେଖି ଲୋକେ ପ୍ରାଣ ବିକଳରେ ଦୌଡ଼ିଥିଲେ। କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ରୋମାଞ୍ଚକର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ।

ଅନୁଗୁଳ ଜଗନ୍ନାଥପୁର ଗାଁରେ ଏକ କୂଅରେ ପଡ଼ିଯାଇଥିଲେ ଦୁଇଟି ଭାଲୁ 
ସ୍ଥାନୀୟ ଲୋକେ ଭାଲୁକୁ ସୁରକ୍ଷିତ ଉଦ୍ଧାର କରିଥିଲେ 
କୂଅରୁ ବାହାରିବା ମାତ୍ରେ ଭାଲୁଟି ଉଗ୍ର ରୂପ ଧାରଣ କରି ଗୋଡ଼ାଇଲା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।