Antibiotic Medicine Found Contaminated with Worm: ଆଣ୍ଟିବାୟୋଟିକ ଔଷଧରୁ ବାହାରିଲା ପୋକ, ନିରାମୟ କେନ୍ଦ୍ରରେ ମିଳୁଛି କି ଖରାପ ଔଷଧ?

Jul 13, 2026 - 18:43
Antibiotic Medicine Found Contaminated with Worm: ଆଣ୍ଟିବାୟୋଟିକ ଔଷଧରୁ ବାହାରିଲା ପୋକ, ନିରାମୟ କେନ୍ଦ୍ରରେ ମିଳୁଛି କି ଖରାପ ଔଷଧ?

ମେଡିକାଲରେ ମିଳୁଛି ପୋକରା ଔଷଧ। କଥାଟି ଅଜବ ଲାଗୁଥିଲେ ବି ସତ। ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିବାୟୋଟିକ ଔଷଧରୁ ବାହାରିଛି ପୋକ। ଉଦଳା ଥାନା ବେଗୁନିଆଡିହା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ରାଜା ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ ସିଦ୍ଧ ହେମ୍ବ୍ରମଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ଗତ ୮ ତାରିଖରେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ଆଣିଥିଲେ ।

ଚତୁର୍ଥ ଡୋଜ୍ ନେବା ବେଳକୁ ସିଲ୍ ଖୋଲି ବଟିକା ବାହାର କରିବା ବେଳେ ପୋକରା ଔଷଧ ବାହାରିଥିଲା । ଏହାପରେ ନାବାଳକ ସେହି ଔଷଧ ଖାଇବା ବନ୍ଦ କରିଛନ୍ତି । ନିରାମୟ କେନ୍ଦ୍ରରୁ କିଭଳି ଖରାପ ଔଷଧ ବାହାରିଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିଏମଓ । 

ନିରାମୟରେ ମିଳୁଛି ପୋକରା ଔଷଧ !
ଆଣ୍ଟିବାୟୋଟିକ ଔଷଧରୁ ବାହାରିଲା ପୋକ
ଉଦଳା ଥାନା ବେଗୁନିଆଡିହାରୁ ଆସିଛି ଅଭିଯୋଗ

ନିରାମୟ କେନ୍ଦ୍ରରୁ କିଭଳି ଖରାପ ଔଷଧ ବାହାରିଲା ଉଠିଲା ପ୍ରଶ୍ନ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।