ବିଜେପିର ଦଳୀୟ ଶୋଭାଯାତ୍ରାରେ ଶିଶୁ ସାମିଲ ହେବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର ଆୟୋଗର
ହସ୍ତକ୍ଷେପ ଲୋଡ଼ିଲା ବିଜେଡି

Jul 13, 2026 - 18:21
ବିଜେପିର ଦଳୀୟ ଶୋଭାଯାତ୍ରାରେ ଶିଶୁ ସାମିଲ ହେବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର ଆୟୋଗର
ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର: ବିଜେପି ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଶିଶୁ ମାନଙ୍କୁ ମଧ୍ୟ ଛାଡୁନାହିଁ । ରାଜନୈତିକ ଶୋଭାଯାତ୍ରାରେ ଶିଶୁ ମାନଙ୍କୁ ସାମିଲ୍ କରୁଛି ବିଜେପି । ବିଜେପି ଦଳର ଶୀର୍ଷ ନେତୃମଣ୍ଡଳୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ହସ୍ତକ୍ଷେପ ଲୋଡ଼ିଛି ବିଜେଡି ପ୍ରତିନିଧି ମଣ୍ଡଳୀ । ଗତ ୧୨ ଜୁଲାଇରେ ଭୁବନେଶ୍ୱର ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପିରେ ଯୋଗଦେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ରାଜନୈତିକ ଶୋଭାଯାତ୍ରାରେ ଶିଶୁଙ୍କୁ ସାମିଲ୍ କରାଯାଇଛି । ବିଜେପି ନିଜର ଦଳୀୟ ପ୍ରଚାର ଓ ପ୍ରସାର ପାଇଁ ଶିଶୁ ମାନଙ୍କୁ ମଧ୍ୟ ଛାଡୁନାହିଁ । କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ନାବାଳକ ଶିଶୁ ମାନଙ୍କୁ ବ୍ୟବହାର କରାଯାଇଛି । ସେମାନଙ୍କୁ ଦଳୀୟ ଟୋପି, ଉତ୍ତରୀୟ ପିନ୍ଧାଇ ଦଳୀୟ ପତାକା, ପ୍ଲାକାର୍ଡ ଏବଂ ବ୍ୟାନର୍ ଧରାଇଥିଲା ବିଜେପି । ଏହା ଶିଶୁ ମାନଙ୍କ ଅଧିକାର ଏବଂ ସୁରକ୍ଷାକୁ ବିପନ୍ନ କରୁଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଜେଡି କହିଛି ।

ଏନେଇ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ (ଙଝଉଚଉଜ)ର ଅଧ୍ୟକ୍ଷା ବବିତା ପାତ୍ରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଘଟଣାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନୋଟିସ୍ ଜାରି କରିବାକୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ରାଜନୈତିକ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ସାମିଲ କରାଯାଇଥିବାରୁ ଆୟୋଗର ତୁରନ୍ତ ହସ୍ତକ୍ଷେପ ଏବଂ ଶିଶୁ ଅଧିକାର ସୁରକ୍ଷା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି କରିଛି । ବିଜେଡି ପ୍ରତିନିଧି ମଣ୍ଡଳୀରେ ସୁମିତ୍ରା ଜେନା, ପୁଷ୍ପାଞ୍ଜଳି ରଣା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ବନଜା ମହାନ୍ତି, ଈଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ଭାଗ୍ୟଶ୍ରୀ ଜେନା ଏବଂ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ସାମିଲ ଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।