Homeopathy: ଅଂଶୁଘାତ ପାଇଁ ହୋମିଓପାଥି
"ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କଲାଣି।
ଅତ୍ୟଧିକ ଗରମ ହେତୁ ଅଂଶୁଘାତଜନିତ ଲକ୍ଷଣ ଦେଖାଯାଉଛି।
ଆମେ ଜାଣୁ, ଖରାରେ କାମ କରୁଥିବା ବ୍ୟକ୍ତିମାନେ ଆବଶ୍ୟକ ଚିକିତ୍ସା ଅଭାବରୁ ବେଳେ ବେଳେ ପ୍ରାଣ ମଧ୍ୟ ହରାନ୍ତି।
ଶ୍ରମିକ, ଚାଷୀ, ବୃଦ୍ଧ ବ୍ୟକ୍ତି, ଶିଶୁ ଓ ବହୁ ପୁରାତନ ରୋଗ ଭୋଗୁଥିବା ଲୋକମାନେ ଅଂଶୁଘାତରେ ବିେଶଷ ଆକ୍ରାନ୍ତ ହୁଅନ୍ତି।
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ପ୍ରଥମେ ଜରୁରିକାଳୀନ ଚିକିତ୍ସା ପ୍ରଦାନ କରିବା ଆବଶ୍ୟକ।
ଏହା ବ୍ୟତୀତ ଲକ୍ଷଣ ଭିତ୍ତିରେ କେତେକ ହୋମିଓପାଥି ଔଷଧ ପ୍ରୟୋଗ କଲେ ମଧ୍ୟ ତୁରନ୍ତ ଉପଶମ ମିଳେ।
ସେଭଳି କେତେକ ଔଷଧ ହେଲା- ଗ୍ଲୋନୋଏନମ୍, ନାଟ୍ରମ୍ କାର୍ବ, ବେଲାଡୋନା, ଆକୋନାଇଟ୍ ନାପେଲସ୍, ଜେଲ୍ସେମିୟମ୍ ଓ ଲାକେସିସ୍।
ଅଂଶୁଘାତ ଓ ଅଂଶୁଘାତର ପରବର୍ତ୍ତୀ ପରିଣାମ ପାଇଁ ମଧ୍ୟ ଏହିସବୁ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରାଯାଇପାରେ।Advertisment Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି କ"ଣ କରିବେ ଓ କ"ଣ କରିବେ ନାହିଁ ଶୋଷ ହେଉ ନ ଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ।
ଦୈନିକ ୩-୪ ଲିଟର ପାଣି ପିଇଲେ ଭଲ।
ଏହାଛଡ଼ା ଲେମ୍ବୁ ଲୁଣ ସରବତ, ନଡ଼ିଆ ପାଣି, ଘୋଳଦହି, ବେଲପଣା ଓ ଓଆର୍ଏସ୍ ସେବନ କରନ୍ତୁ। ଢିଲା ଧଳା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ବାହାରକୁ ଗଲେ ଛତା, ଟୋପି କିମ୍ବା ଗାମୁଛା ବ୍ୟବହାର କରନ୍ତୁ। କମ୍ ଖରା ଥିଲାବେଳେ, ଅର୍ଥାତ୍ ସକାଳ ୧୦ଟା ପୂର୍ବରୁ ଓ ଅପରାହ୍ଣ ୪ଟା ପରେ ବାହାରକୁ ଯାଆନ୍ତୁ।
Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି ପଖାଳ, ଦହି, କାକୁଡ଼ି, ତରଭୁଜ, ଛତୁଆ ଓ ପିଆଜ ଖାଆନ୍ତୁ। ଘର ଭିତରକୁ ଶୀତଳ ରଖନ୍ତୁ।
ଝରକା ପାଖରେ ଓଦା ଗାମୁଛା ପକାନ୍ତୁ କିମ୍ବା ବେଣାଚେର ଟାଙ୍ଗନ୍ତୁ। ମଦ, କଫି କିମ୍ବା ଅତ୍ୟଧିକ ଚା" ପିଅନ୍ତୁ ନାହିଁ। ଅପରାହ୍ଣ ସମୟରେ ତୈଳାକ୍ତ ଓ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।ଖରାର ଘରୋଇ ଚିକିତ୍ସା ଦ୍ବାରା ସୁଫଳ ନ ମିଳିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। - ପ୍ରଫେସର (ଡା) ଚତୁର୍ଭୁଜ ନାୟକପୂର୍ବତନ ଅଧ୍ୟକ୍ଷ, ଡାକ୍ତର ଅଭିନ ଚନ୍ଦ୍ର ହୋମିଓପ୍ୟାଥି ଚିକିତ୍ସା ମହାବିଦ୍ୟାଳୟ, ଭୁବନେଶ୍ବର"