Dengue: ଏଣିକି ବର୍ଷସାରା ଡେଙ୍ଗୁ ଭୟ
"ବର୍ଷ ବର୍ଷ ଧରି ଆମର ଧାରଣା ଯେ, ବର୍ଷାଦିନେ ଡେଙ୍ଗୁ ହୋଇଥାଏ।
ମୌସୁମୀ ଆସିବା ପରେ ପରେ ସାଧାରଣତଃ ଜଳ ଜମିବା ଯୋଗୁଁ ଏଡିସ୍ ମଶାବଂଶ ବୃଦ୍ଧି ହୋଇ ଜ୍ବରର କାରଣ ସାଜିଥାଏ।
ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଏହାର ଆତଙ୍କ ରହିଥାଏ ବୋଲି ଆମର ସାଧାରଣ ବିଶ୍ବାସ।
ତେବେ ଏହି ଧାରଣା ପୁରୁଣାକାଳିଆ ବୋଲି ଏବେ ଡାକ୍ତରମାନେ କହୁଛନ୍ତି।
ସେମାନଙ୍କ ମତରେ ଏବେ ବର୍ଷର ସବୁ ସମୟରେ ଡେଙ୍ଗୁର ଭୟ ରହିଛି।
ଏପରିକି ଗ୍ରୀଷ୍ମ ଓ ଶୀତଋତୁରେ ମଧ୍ୟ ଡେଙ୍ଗୁ ବ୍ୟାପିପାରେ।
ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଆର୍ଦ୍ରତା, ଦ୍ରୁତ ସହରୀକରଣ ଓ ଦୁର୍ବଳ ଜଳ ପରିଚାଳନା ଏଥିପାଇଁ ଦାୟୀ।Advertisment Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି ବିଶେଷଜ୍ଞଙ୍କ ଅନୁଯାୟୀ, ଡେଙ୍ଗୁର କାରଣ ସାଜୁଥିବା ଏଡିସ୍ ମଶା ଘର, ଅଫିସ୍, ନିର୍ମାଣ ସ୍ଥାନ, କୁଲର୍, ବାଲ୍ଟି, ପ୍ଲାଣ୍ଟ୍ ଟ୍ରେ ଓ ଓଭର୍ହେଡ୍ ଟାଙ୍କିର ସ୍ଥିର ପାଣିରେ ବଂଶବୃଦ୍ଧି କରୁଛନ୍ତି।
ସହରୀ ଜୀବନଶୈଳୀ ଏଥିସହିତ ଜଡ଼ିତ।
ସିକେ ବିର୍ଲା ହସ୍ପିଟାଲ୍ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ସିଂହ କହନ୍ତି, ଏବେ ବର୍ଷର ଅଧିକାଂଶ ସମୟ ପାଗ ଗରମ ରହୁଛି, ଯାହା ମଶାର ପ୍ରଜନନଚକ୍ରକୁ ତ୍ୱରାନ୍ୱିତ କରୁଛି।
ଗରମ ଓ ଆର୍ଦ୍ରତା ଏହି ମଶା ବଂଶବୃଦ୍ଧିର କାରଣ ସାଜୁଛି।
ସେହିପରି ଯଶୋଦା ହସ୍ପିଟାଲ୍ର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ହରି କିଶନ ବୁରୁଗୁ କହିଛନ୍ତି ଯେ, ଶୁଷ୍କଦିନରେ ମଧ୍ୟ ପାଣି ଜମି ରହିବା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ମଶା ବଞ୍ଚି ରହୁଛନ୍ତି।
ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ, ଡେଙ୍ଗୁକୁ ହାଲୁକା ଭାବେ ନିଆଯିବା ଉଚିତ ନୁହେଁ।
ରୋଗୀ ସୁସ୍ଥ ହେଲେ ମଧ୍ୟ ଏହା ଶରୀରରେ ପ୍ଲେଟ୍ଲେଟ୍ ସଂଖ୍ୟା କମାଇ ଜଣ୍ଡିସ୍ ସହ ବୃକ୍କ ଓ ଫୁସ୍ଫୁସ୍ରେ ସମସ୍ୟା ସୃଷ୍ଟି କରିପାରେ।
ଡେଙ୍ଗୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଚିକିତ୍ସା ନଥିବାରୁ ପ୍ରତିଷେଧକ ହିଁ ଏକମାତ୍ର ବାଟ।
Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡେଙ୍ଗୁର କାରଣ ଏଡିସ୍ ମଶା ମୁଖ୍ୟତଃ ସକାଳେ ଓ ସନ୍ଧ୍ୟା ସମୟରେ କାମୁଡ଼େ।
ତେଣୁ ମଶାପ୍ରବଣ ଅଞ୍ଚଳରେ ଶରୀର ଢାଙ୍କିଲା ଭଳି ପୋଷାକ ପିନ୍ଧିବା ଓ ବାହାରକୁ ଗଲେ ମଶା ପ୍ରତିରୋଧକ କ୍ରିମ୍ ଲଗାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।
ଏଥିସହିତ ପାଣି ଜମିଥିଲେ ତା"ର ନିଷ୍କାସନ, ନିୟମିତ କୁଲର୍ ସଫା କରିବା, ପାଣିପାତ୍ରକୁ ଘୋଡାଇ ରଖିବା, ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ମଶାଠାରୁ ସୁରକ୍ଷା ଉପକରଣ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବ ଦେବା ଉଚିତ।
ଏଣିକି ବର୍ଷସାରା ଏଭଳି ଅଭ୍ୟାସ କଲେ ଡେଙ୍ଗୁ ନିରାକରଣ ସମ୍ଭବ ହୋଇପାରିବ।"