Homemade Red Sindoorବଜାରରୁ ଆଉ କିଣିବେନି ସିନ୍ଦୂର!  ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର?

Oct 31, 2026 - 08:33
Homemade Red Sindoorବଜାରରୁ ଆଉ କିଣିବେନି ସିନ୍ଦୂର!  ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର?

ନୂଆଦିଲ୍ଲୀ: ସିନ୍ଥିରେ ସିନ୍ଦୂର, ମଥାରେ ଟିକିଲି।

ଏହା କେବଳ ଜଣେ ବିବାହିତ ମହିଳାଙ୍କ ଶୃଙ୍ଗାର ନୁହେଁ, ବରଂ ଆମ ପରମ୍ପରା ଓ ଆସ୍ଥାର ଏକ ପ୍ରତୀକ।

କରୱା ଚୌଥ୍‌ ହେଉ ସାବିତ୍ରୀ କି ଅନ୍ୟ କୌଣସି ପର୍ବପର୍ବାଣୀ, ଷୋଳ ଶୃଙ୍ଗାରରେ ସିନ୍ଦୂରର ସ୍ଥାନ ସ୍ୱତନ୍ତ୍ର।

ହେଲେ ବଜାରରୁ କିଣୁଥିବା ସିନ୍ଦୂରରେ କ'ଣ ମିଶିଛି, ତାହା ଆପଣ ଜାଣିଛନ୍ତି କି?

ତେଣୁ ଏଥର ବଜାରର ସିନ୍ଦୂର ବଦଳରେ ଘରେ ତିଆରି କରିପାରିବେ କି ହର୍ବାଲ୍ ସିନ୍ଦୂର?

ରୋଷେଇ ଘରେ ଥିବା କିଛି ସାମଗ୍ରୀରେ କେମିତି ପ୍ରସ୍ତୁତ କରିବେ ହଳଦିଆ ସିନ୍ଦୂର ଏବଂ ନାଲି ସିନ୍ଦୂର?

ଆସନ୍ତୁ ଜାଣିବା।

ସିନ୍ଦୂର ଲଗାଇବାକୁ ପସନ୍ଦ କରନ୍ତି ଅନେକ ମହିଳା।

ହେଲେ ଏହାର ଗୁଣବତ୍ତା ଓ ଏଥିରେ ମିଶୁଥିବା ରାସାୟନିକ ପଦାର୍ଥକୁ ନେଇ ମଧ୍ୟ ରହିଛି ଚିନ୍ତା।

କିଛି ସିନ୍ଦୂରରେ କ୍ଷତିକାରକ ଉପାଦାନ ରହିଲେ ତାହା ତ୍ୱଚାରେ ଆଲର୍ଜି, କୁଣ୍ଡେଇ ହେବା ଏବଂ ଅନ୍ୟ ସମସ୍ୟା ସୃଷ୍ଟି କରିପାରେ।

ତେଣୁ ସିନ୍ଦୂର କିଣିବା ସମୟରେ ଏହାର ଉପାଦାନ ଓ ଗୁଣବତ୍ତା ଯାଞ୍ଚ କରିବା ଜରୁରୀ।

Advertisment ନାଲି ସିନ୍ଦୂର କେମିତି ତିଆରି କରିବେ?

ଘରେ ନାଲି ସିନ୍ଦୂର ତିଆରି କରିବାକୁ ହଳଦୀ ଗୁଣ୍ଡ, ଚାଉଳ ଚୁନା ଓ ଲେମ୍ବୁ ରସ ବ୍ୟବହାର କରିବାର ପରାମର୍ଶ ଦିଆଯାଉଛି।

ହଳଦୀ ସହ ଚୁନା ମିଶାଇ ପରେ ଏଥିରେ ଲେମ୍ବୁ ଚିପୁଡ଼ନ୍ତୂ ।

ଲେମ୍ବୁ ମିଶିଲେ ଏହା ଲାଲ୍ ରଙ୍ଗରେ ପରିବର୍ତ୍ତନ ହୋଇପାରେ।

ହଳଦିଆ ସିନ୍ଦୂର ଯଦି ଆପଣ ହଳଦିଆ ସିନ୍ଦୂର ପସନ୍ଦ କରନ୍ତି, ତେବେ ହଳଦୀ ଗୁଣ୍ଡ ସହ ଚନ୍ଦନ ଗୁଣ୍ଡ ମିଶାଇ ଏକ ଶୁଖିଲା ମିଶ୍ରଣ ପ୍ରସ୍ତୁତ କରିପାରିବେ।

ଏହାକୁ ସଫା ଓ ଶୁଖିଲା ପାତ୍ରରେ ରଖିବା ଉଚିତ।

ତେବେ ଚନ୍ଦନ କିମ୍ବା ହଳଦୀ ମଧ୍ୟ କେତେକଙ୍କଠାରେ ଆଲର୍ଜି ସୃଷ୍ଟି କରିପାରେ।

ତେଣୁ ତ୍ୱଚାରେ ବ୍ୟବହାର ପାଇଁ ଉପଯୁକ୍ତ, ପରୀକ୍ଷିତ ଉତ୍ପାଦ ବାଛିବା ଭଲ।

Fish Oil : ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମାଛ ତେଲ କ୍ୟାପସୁଲ୍ ପ୍ରକୃତରେ କେତେ କାର୍ଯ୍ୟକାରୀ?

ସିନ୍ଦୂର କିଣିବା ବେଳେ ଧ୍ୟାନ ଦିଅନ୍ତୁ ସିନ୍ଦୂର ପ୍ରାକୃତିକ ଉପାଦାନରେ ତିଆରି ବୋଲି ଲେଖାଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଧରିନେବା ଉଚିତ ନୁହେଁ।

ସିନ୍ଦୂରରେ ସୀସା ଭଳି କ୍ଷତିକାରକ ଧାତୁ ନାହିଁ କି, ତାହା ନିଶ୍ଚିତ କରିବା ଜରୁରୀ।

ସେହିପରି ଅଜଣା ଉପାଦାନରେ ତିଆରି ସିନ୍ଦୂର ବ୍ୟବହାର ନକରିବା ଭଲ।

ତ୍ୱଚାରେ ଜ୍ୱଳନ, ଲାଲ୍‌ ପଡ଼ିବା କିମ୍ବା କୁଣ୍ଡେଇ ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଏହାର ବ୍ୟବହାର ବନ୍ଦ କରନ୍ତୁ।

ପର୍ବପର୍ବାଣୀରେ ଶୃଙ୍ଗାର ଯେତିକି ଜରୁରୀ, ତ୍ୱଚାର ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

ତେଣୁ କେବଳ ପ୍ରାକୃତିକ ବୋଲି ଭାବି ଯେକୌଣସି ମିଶ୍ରଣକୁ ସିନ୍ଦୂର ଭାବେ ବ୍ୟବହାର କରନ୍ତୁ ନାହିଁ।

ସୁରକ୍ଷିତ ଉପାଦାନଯୁକ୍ତ ସିନ୍ଦୂର ବାଛନ୍ତୁ, ଆଉ ନିଜ ଶୃଙ୍ଗାର ସହ ତ୍ୱଚାର ଯତ୍ନ ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)