Homemade Biryani Triggers Health Scare: ବିରିୟାନି ଖାଇ ୧୫ ଜଣଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି
ବିରିୟାନି ଖାଇ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ।
୧୫ ଜଣଙ୍କ ଅବସ୍ଥା ଗୁରୁତର।
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାଲିଆବେଡ଼ା ଗାଁରେ ଘଟିଛି ଏଭଳି ଘଟଣା।
ଗାଁର କିଛି ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇବା ପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।
ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି।
ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।
Advertisment ଅନ୍ୟପଟେ, ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ।
ଟିମ୍ ଗାଁରେ ପହଞ୍ଚି ପାଣି, ଚିକେନ୍ ଓ ବିଭିନ୍ନ ଗ୍ରୋସରୀ ସାମଗ୍ରୀର ନମୂନା ସଂଗ୍ରହ କରିଛି।
ବାସି ବିରିୟାନି ଯୋଗୁଁ ଖାଦ୍ୟ ବିଷକ୍ରିୟା ହୋଇଥିବା ପ୍ରାଥମିକ ଅନୁମାନ କରାଯାଉଥିଲେ ମଧ୍ୟ ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ।
ବିରିୟାନି ଖାଇ ଗାଁରେ ହଇଚଇ ବିରିୟାନି ଖାଇ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ୧୫ ଜଣ ଗୁରୁତର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ଅନୁଗୋଳ କଣିହାଁ ଭାଲିଆବେଡ଼ା ଗାଁରେ ଅଘଟଣ ଖାଦ୍ୟ ବିଷକ୍ରିୟା ସନ୍ଦେହରେ ତଦନ୍ତ ଆରମ୍ଭ ପାଣି, ଚିକେନ୍ ଓ ଗ୍ରୋସରୀ ସାମଗ୍ରୀର ନମୂନା ସଂଗ୍ରହ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
