Hockey: ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ମ୍ୟାଚ୍ ଡ୍ର’ ରଖିଲା ଭାରତୀୟ ପୁରୁଷ ହକି ଦଳ

Nov 21, 2026 - 14:26
Hockey: ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ମ୍ୟାଚ୍ ଡ୍ର’ ରଖିଲା ଭାରତୀୟ ପୁରୁଷ ହକି ଦଳ

ଅକ୍‌ଲାଣ୍ଡ: ଶନିବାର ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ହକି ମ୍ୟାଚ୍‌ ୨-୨ରେ ଡ୍ର ରହିଛି ।

ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କର ଶତବାର୍ଷିକୀ ପାଳନ ଉପଲକ୍ଷେ ଆୟୋଜିତ ଶୃଙ୍ଖଳାର ଏହା ଥିଲା ଦ୍ୱିତୀୟ ମ୍ୟାଚ୍।

ଭାରତ ଏବେ ଶୃଙ୍ଖ​ଳାରେ ୧-୦ରେ ଅଗ୍ରଣୀ ରହିଛି।

Advertisment ନ୍ୟୁଜିଲାଣ୍ଡ ପକ୍ଷରୁ ୨୫ତମ ମିନିଟ୍‌ରେ ଡିଲାନ୍ ଥୋମାସ୍ ପ୍ରଥମ ଗୋଲ୍ ଦେଇଥିଲେ।

ଏହାର ଜବାବରେ ଭାରତ ପକ୍ଷରୁ ୩୫ତମ ମିନିଟ୍‌ରେ ଅଙ୍ଗଦ ବୀର ସିଂହ ଗୋଲ୍ ଦେଇ ସ୍ଥିତି ବରାବର କରିଥିଲେ।

୫୬ତମ ମିନିଟ୍‌ରେ ସାମ୍ ହିହାଙ୍କ ଗୋଲ୍ ବଳରେ ନ୍ୟୁଜିଲାଣ୍ଡ ପୁଣି ଅଗ୍ରଣୀ ହାସଲ କରିଥିଲା।

ରବିବାର ଉଭୟ ଦଳ ଅନ୍ତିମ ମ୍ୟାଚ୍ ଖେଳିବେ ମ୍ୟାଚ ଶେଷ ହେବାର ଅଳ୍ପ କିଛି ମିନିଟ୍‌ ବାକିଥିବାରୁ ଭାରତୀୟ ଦଳ ଉପରେ ଚାପ ବୃଦ୍ଧି ପାଇଥିଲା।

କିନ୍ତୁ ୫୭ତମ ମିନିଟ୍‌ରେ ଭାରତୀୟ ଅଧିନାୟକ ସଞ୍ଜୟ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମ୍ୟାଚ୍‌କୁ ଡ୍ର' ରଖିଥିଲେ।

ନଭେମ୍ବର ୧୯ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୩-୨ ଗୋଲ୍‌ରେ ଜିତିଥିଲା।

ରବିବାର ଉଭୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳିବେ।

Cricket: ରାହୁଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ ୧୯୨୬ରେ ମେଜର ଧ୍ୟାନଚାନ୍ଦ ସାମିଲଥିବା ଏକ ଭାରତୀୟ ସେନା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା।

ଏହାକୁ ଆଧାର କରି ଭାରତ ଓ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର ଶତବାର୍ଷିକୀ ପାଳନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)