Hockey Competition: ଜାତୀୟ କନିଷ୍ଠ ହକି: ସେମିରେ ଓଡ଼ିଶା
"କୋଏମ୍ବାଟୁର: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି।
ବୁଧବାର କ୍ବାର୍ଟରଫାଇନାଲ୍ରେ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ଥିବା ଓଡ଼ିଶା ୫-୧ ଗୋଲ୍ରେ ହରିୟାଣାକୁ ପରାସ୍ତ କରିଛି।
ମ୍ୟାଚ୍ର ତୃତୀୟ ମିନିଟ୍ରେ ମନଦୀପ କେର୍କେଟାଙ୍କ ଫିଲ୍ଡ ଗୋଲ୍ରୁ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା।Advertisment ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭିଡ଼ିଓ ଭାଇରାଲ୍ ଏହାପରେ ଲେଇସାନ ମିଞ୍ଚ (୧୫ ମିନିଟ୍)ଙ୍କ ପେନାଲ୍ଟି ଗୋଲ୍ରେ ଓଡ଼ିଶା ପ୍ରଥମ କ୍ବାର୍ଟରକୁ ୨-୦ରେ ନିଜ ପକ୍ଷରେ ରଖିଥିଲା।
୨୦ ଓ ୪୬ ମିନିଟ୍ରେ ଆଉ ଦୁଇ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଲେଇସାନ ବ୍ୟକ୍ତିଗତ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।
ଶେଷ ମିନିଟ୍ରେ ଅଧିନାୟକ ଦୀପକ ପ୍ରଧାନ ଫିଲ୍ଡ ଗୋଲ୍ ଦେଇ ଦଳର ବିଜୟ ବ୍ୟବଧାନକୁ ବଢ଼ାଇଥିଲେ।
ବିପକ୍ଷ ଦଳର ପ୍ରିନ୍ସ (୪୧ ମିନିଟ୍) ଗୋଟିଏ ଗୋଲ୍ ଶୁଝିଥିଲେ।
ଓଡ଼ିଶା ଗୁରୁବାର ସେମିଫାଇନାଲ୍ରେ ପଞ୍ଜାବକୁ ଭେଟିବ।
ପଞ୍ଜାବ ୫-୨ ଗୋଲ୍ରେ କର୍ଣ୍ଣାଟକକୁ ପରାସ୍ତ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।