Zuckerberg: ମାର୍କ ଜୁକରବର୍ଗଙ୍କୁ ୩ ଦିନର ଅଲ୍ଟିମେଟମ ଦେଲା ସଂସଦୀୟ କମିଟି
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ହଟାଯିବା ଘଟଣାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ କମିଟି ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୩ ଦିନର ଅଲ୍ଟିମେଟମ ଦେଇଛି।
ଭାଜପା ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି କହିଛି ଯେ, ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଡିଲିଟ୍ କରିବା ''ଗଣତନ୍ତ୍ର ଉପରେ ଆକ୍ରମଣ''।
କମିଟି ଚେତାବନୀ ଦେଇଛି ଯେ, ଯଦି ଫେସବୁକ ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନନିଏ, ତେବେ କମ୍ପାନୀର ''ସୁରକ୍ଷା କବଚ'' ପ୍ରତ୍ୟାହାର କରାଯିବ।
ଏହାଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଅଧିକାରୀଙ୍କ ବିରୋଧରେ ସିଧାସଳଖ ଏଫଆଇଆର୍ ରୁଜୁ କରିବା ପାଇଁ ବାଟ ଫିଟିଯିବ।Advertisment ସୂଚନାଯୋଗ୍ୟ, ଜୁଲାଇ ୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ପ୍ରକାଶ ବିରୋଧରେ ''ଜେନ୍-ଜି'' ଯୁବପିଢ଼ିଙ୍କୁ ଏକ ସେଲଫି ଭିଡିଓ ବାର୍ତ୍ତା ଦେଇଥିଲେ, ଯାହାକୁ ଫେସବୁକରେ ସାମୟିକ ଭାବେ ନିଷିଦ୍ଧ/ହଟାଯାଇଥିଲା।
ପ୍ରବଳ ବିରୋଧ ପରେ ମେଟା ଏହାକୁ ପୁନଃସ୍ଥାପିତ କରି ବୈଷୟିକ ତ୍ରୁଟି ବୋଲି କହିଥିଲା, ମାତ୍ର କେନ୍ଦ୍ର ସରକାର ଏହି ସଫେଇକୁ ଅଗ୍ରାହ୍ୟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।