Hockey: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି: ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ
ଭୋପାଳ: ଚଳିତ ମାସ ୧୯ରୁ ଭୋପାଳସ୍ଥିତ ନାଥୁ ବର୍ଖେଦା ଅନ୍ତର୍ଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ନବନିର୍ମିତ ହକି ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଯାଉଛି ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି।
ଏହି ୬ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଲଗାତାର ତୃତୀୟ ଟ୍ରଫି ଜିତିବା ଆଶାରେ ଥିବା ଘରୋଇ ଦଳ ଭାରତ ଉଦ୍ଘାଟନୀ ଦିବସରେ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
Advertisment ଏହାପରେ ୨୧ରେ ଦକ୍ଷିଣ କୋରିଆ, ୨୨ରେ ଥାଇଲାଣ୍ଡ, ୨୪ରେ ଚୀନ୍, ୨୫ରେ ଜାପାନ ବିପକ୍ଷରେ ଖେଳିବ।
ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଜାପାନ, ଚୀନ, ମାଲେସିଆ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ ଅଂଶଗ୍ରହଣ କରିବେ।
ପ୍ରତି ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ।
Asian Champions Trophy Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ୫-୨ରେ ଚୀନକୁ ହରାଇଲା ଲିଗ୍ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍ ଖେଳିବେ। ଟେବୁଲର ଶେଷରେ ଥିବା ଦୁଇ ଦଳ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ଲଢ଼େଇ କରିବେ।
ଏହି ମ୍ୟାଚ୍ଗୁଡ଼ିକ ୨୭ରେ ଏବଂ ଫାଇନାଲ୍ ଓ କାଂସ୍ୟ ମୁକାବିଲା ୨୮ରେ ଅନୁଷ୍ଠିତ ହେବ।
ଗତ ମାସରେ ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ମହିଳା ଦଳର ଏହା ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା।
ଭାରତ ୨୦୧୬, ୨୦୨୩, ୨୦୨୪ରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ବିଜେତା ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
