Historic victory: ଐତିହାସିକ ବିଜୟ ଦ୍ବାରରେ ଭାରତ

Jul 13, 2026 - 06:36
Historic victory: ଐତିହାସିକ ବିଜୟ ଦ୍ବାରରେ ଭାରତ

"ଲଣ୍ଡନ: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଐତିହାସିକ ଟେଷ୍ଟ୍‌ ବିଜୟ ଦ୍ବାରରେ ରହିଛି।

ଲର୍ଡସରେ ଖେଳାଯାଉଥିବା ପ୍ରଥମ ମହିଳା ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ଘ‌ରୋଇ ଇଂଲଣ୍ଡକୁ ୪୫୭ ରନ୍‌ର ବିଶାଳ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି।

ତା" ସହିତ ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ୧୩୦ ରନ୍‌ରେ ଘରୋଇ ଦଳର ୬ଜଣ ବ୍ୟାଟର୍‌ଙ୍କୁ ପ୍ୟାଭଲିୟନ୍‌ ଫେରାଇ ଦୃଢ଼ ସ୍ଥିତିରେ ରହିଛି।

ଇଂଲଣ୍ଡ ପକ୍ଷରୁ କେବଳ ୱିକେଟ୍‌ ରକ୍ଷକ ଆମି ଜୋନ୍ସ ଲଢ଼େଇ କରି ଭାରତ ବିଜୟକୁ ବିଳମ୍ବିତ କରିଛନ୍ତି।

ସୋମବାର ମ୍ୟାଚ୍‌ର ଚତୁର୍ଥ ତଥା ଶେଷ ଦିନ ହୋଇଥିଲା ବେଳେ ଭାରତ ପ୍ରତୀକ୍ଷିତ ବିଜୟର ଔପଚାରିକତା ସଅଳ ପୂରଣ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ପୂର୍ବରୁ ଭାରତ ତା"ର ପ୍ରଥମ ପାଳିରେ ୨୮୫ ରନ୍‌ କରିବା ପରେ ଇଂଲଣ୍ଡକୁ ୧୭୦ ରନ୍‌ରେ ଅଲଆଉଟ୍‌ କରି ୧୧୫ ରନ୍‌ର ଅଗ୍ରଣୀ ଲାଭ କରିଥିଲା।

ଦ୍ବିତୀୟ ପାଳିରେ ୟାସ୍ତିକା ଭାଟିଆଙ୍କ ଶତକ ବଳରେ ୩୪୧/୭ରେ ପାଳି ଘୋଷଣା କରିଥିଲା ଭାରତ।

ଫଳରେ ଇଂଲଣ୍ଡ ସମ୍ମୁଖରେ ୪୫୭ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।Advertisment Ratha yatra: ରଥ ଅନୁକୂଳ-ପ୍ରତିଷ୍ଠା କାର୍ଯ୍ୟ କରନ୍ତି ପୁରୋହିତ ଲର୍ଡସ‌ ଶତକରେ ୟାସ୍ତିକା ପ୍ରଥମ ମହିଳା ଭାରତୀୟ ମହିଳା କ୍ରିକେଟ୍‌ ଦଳର ୱିକେଟ୍‌ରକ୍ଷକ ବ୍ୟାଟର୍‌ ୟାସ୍ତିକା ଭାଟିଆ କ୍ରିକେଟ୍‌ର ମହାମଞ୍ଚ ଲର୍ଡସରେ ଟେଷ୍ଟ୍‌ ଶତକ ହାସଲ କରିବାରେ ବିଶ୍ବର ପ୍ରଥମ ମହିଳା କ୍ରିକେଟର୍‌ ହେବାର ଗୌରବ ଅର୍ଜନ କରିଛନ୍ତି ସେ।

ୟାସ୍ତିକାଙ୍କ ଏହି ଐତିହାସିକ ଶତକ ଭାରତର ଦ୍ବିତୀୟ ପାଳିରେ ଆସିଛି।

୧୫୮ ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ସହ ୧୧୩ ରନ୍‌ର ଅବିସ୍ମରଣୀୟ ପାଳି ଖେଳିଛନ୍ତି ସେ।

ଭାରତର ଶେଷ ଦୁଇଟି ଟେଷ୍ଟ୍‌ ଖେଳିପାରି ନଥିବା ୟାସ୍ତିକା ଲର୍ଡସର ମହାଲଢ଼େଇରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୧୪୫ ବଲ୍‌ରୁ ନିଜର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ।

Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ ରବିବାର ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ସେ ୯୯ ରନ୍‌ରେ ଅପରାଜିତ ଥିବାବେଳେ ବିରତି ପରେ ଇସି ୱଙ୍ଗଙ୍କ ବୋଲିଂରେ କଭର ଅଞ୍ଚଳକୁ ଏକ ସିଙ୍ଗଲ୍ ନେଇ ସ୍ମରଣୀୟ ଶତକ ପୂରଣ କରିଥିଲେ।

ଏହି ଶତକ ସହ ୟାସ୍ତିକା ଆଉ ଏକ ବିରଳ କୀର୍ତ୍ତି ହାସଲ କରିଛନ୍ତି।

ପୁରୁଷ ଓ ମହିଳା କ୍ରିକେଟ୍‌କୁ ମିଶାଇ ଲର୍ଡ୍ସରେ ଟେଷ୍ଟ୍‌ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ବାମହାତୀ ବ୍ୟାଟର୍‌ ହୋଇଛନ୍ତି।

ଏହା ପୂର୍ବରୁ ୧୯୯୬ରେ ନିଜ ପଦାର୍ପଣ ଟେଷ୍ଟ୍‌ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୩୧ ରନ୍‌ର ପାଳି ଖେଳିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।