Jharpada: ଝାରପଡ଼ାରେ ହେବ କମ୍ୟୁନିଟି ମାର୍କେଟ୍: ଥଇଥାନ ହେବା ଆଶାରେ ପୂର୍ବତନ ବେପାରୀ
"ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ହାଟ ଭାଙ୍ଗିବା ଘଟଣାକୁ ପାଖାପାଖି ୪ ବର୍ଷ ବିତିଗଲାଣି।
ଏବେ ବିଡିଏ ପକ୍ଷରୁ ସେଠାରେ କମ୍ୟୁନିଟି ମାର୍କେଟ କମ୍ପ୍ଲେକ୍ସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ପିପିପି ମୋଡ୍ରେ ଏହା ନିର୍ମାଣ କରାଯିବ।
ଗଣେଶ ମଣ୍ଡପ ଛକ ନିକଟରେ ପାଖାପାଖି ୧.୯୩୨ ଏକର ଜାଗାରେ ଏହି କମ୍ୟୁନିଟି କମ୍ପ୍ଲେସ ତିଆରି କରାଯିବ ବୋଲି ଯୋଜନା କରାଯାଇଛି।
ଏଥିପାଇଁ ବିଡିଏ ପକ୍ଷରୁ ଟେଣ୍ଡର ଡକାଯାଇଛି।
Advertisment Voter Roll Revision: ଭାରତର ଭୋଟର ତାଲିକା ସଂଶୋଧନକୁ ନେଇ ଜାତିସଂଘର ତିନି ବିଶେଷଜ୍ଞଙ୍କ ଉଦ୍ବେଗ ନକ୍ସା ଅନୁସାରେ ଏହି କମ୍ପ୍ଲେସକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।
ଉପର ଭାଗଟି ରେସିଡେନ୍ସିଆଲ୍ ଓ କମର୍ସିଆଲ୍ ଭାବେ ବ୍ୟବହୃତ ହେବ।
ତଳ ଭାଗରେ କମ୍ୟୁନିଟି ମାର୍କେଟ୍ ରହିବ।
୪୫୦୦ ବର୍ଗ ଫୁଟ୍ ପରିମିତ ଆକାରରେ ତିନି ମହଲା ବିଶିଷ୍ଟ ମାର୍କେଟ ତିଆରି କରାଯିବ।
ଏହାକୁ ଶୀତତାପ ନିୟନ୍ତ୍ରିତ କରାଯିବ।
ମଧ୍ୟ ଅଂଶରେ ଏକ କେନ୍ଦ୍ରୀୟ ପ୍ରାଙ୍ଗଣ ରହିବ।
ମାର୍କେଟର ୫୦ ପ୍ରତିଶତ ଅଂଶରେ ଗ୍ରାହକମାନଙ୍କ ପାଇଁ ସମସ୍ତ ମୌଳିବ ସୁବିଧା ରହିବ ଏବଂ ସିସିଟିଭି ଲାଗିବ।
ଏଠାରେ ସାଧାରଣ ଲୋକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ରୢାମ୍ପ ବ୍ୟବସ୍ଥା କରାଯିବ।
ସେହିପରି ରାସ୍ତା ଭିଡ଼ ନ ହେବା ପାଇଁ ବହୁତଳ ପାର୍କିଂ ସୁବିଧା କରାଯିବ।
ମାର୍କେଟରେ ୧୫୦ ବର୍ଗଫୁଟ୍ ବିଶିଷ୍ଟ ୧୫୦ଟି ଦୋକାନ ରହିବ।
ଆମିଷ ଓ ନିରାମିଷ ଦ୍ରବ୍ୟ ପାଇଁ ସ୍ୱତନ୍ତ୍ର ଜୋନ୍ ରହିବ।
ଆବର୍ଜନା ନିଷ୍କାସନ ପାଇଁ ସୁବ୍ୟବସ୍ଥା କରାଯିବ।
ଉଭୟ ରେସିଡେନ୍ସିଆଲ୍ ବିଲ୍ଡିଂ ଓ ମାର୍କେଟ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ।
ଏନେଇ ବିଡିଏ ଟାଉନ୍ ପ୍ଲାନର୍ ଓଁକାର ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ମାର୍କେଟ୍ର ଟେକ୍ନିକାଲ ବିଡ୍ ଆରମ୍ଭ ହୋଇଛି।
Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା ଏହି କମ୍ୟୁନିଟି ମାର୍କେଟ ଦ୍ବାରା ଗଣେଶ ମଣ୍ଡପ ହାଟର ବ୍ୟବସାୟୀଙ୍କ ଥଇଥାନ ପାଇଁ ରାସ୍ତା ଖୋଲିଛି।
ଏହି କମ୍ୟୁନିଟି ମାର୍କେଟ୍ରେ ସେମାନେ ଥଇଥାନର ସୁଯୋଗ ପାଇବେ ବୋଲି ଆଶାବାଦୀ ଅଛନ୍ତି।
ଏନେଇ କର୍ପୋରେଟର ଧରିତ୍ରୀ ଜେନା କହିଛନ୍ତି ଯେ ସେହିସବୁ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ଉଭୟ ବିଏମ୍ସି ଓ ବିଡିଏ ପକ୍ଷରୁ ପ୍ରତିଶ୍ରୁତି ମିଳିଛି।
ସୂଚନାଯୋଗ୍ୟ ଯେ ୨୦୨୨ ଏପ୍ରିଲ ୮ ତାରିଖ ଭୋର୍ ପ୍ରାୟ ସାଢ଼େ ୪ଟାରେ ଝାରପଡ଼ା ଗଣେଶ ମଣ୍ଡପ ହାଟ ପରିସରରେ ୧୪୪ଧାରା ଜାରି କରାଯାଇ ପାଖାପାଖି ୨୦୦ ଦୋକାନକୁ ଭାଙ୍ଗି ଦିଆଯାଇଥିଲା।
ଫଳରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୋକାନ କରିଥିବା ୪୩୦ରୁ ଅଧିକ ବେପାରୀଙ୍କ ରୋଜଗାରର ବାଟ ଧୂଳିସାତ୍ ହୋଇଯାଇଥିଲା।
ସେତେବେଳେ ଏଥିପାଇଁ ପ୍ରବଳ ପ୍ରତିବାଦର ସ୍ବର ଉଠିଥିଲା ଏବଂ ସେମାନଙ୍କୁ ଥଇଥାନ କରିବା ଦାବିରେ ଆନ୍ଦୋଳନ ବି ହୋଇଥିଲା।
ଏହା ଭିତରେ ସରକାର ବଦଳିଛି, ଅଥଚ ସେମାନଙ୍କୁ ଥଇଥାନ କରାଯାଇନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।