Dream Girl's Diamond Jubilee: ଡ୍ରିମ୍ ଗାର୍ଲଙ୍କ ଡାଏମଣ୍ଡ୍ ଜୁବିଲି
"ବଲିଉଡ୍ର "ଡ୍ରିମ୍ ଗାର୍ଲ" ହେମା ମାଳିନୀ ଭାରତୀୟ ସିନେମାରେ ପଦାର୍ପଣ କରିବାର ଛଅ ଦଶନ୍ଧି ପୂରଣ ହୋଇଛି।
ଡାଏମଣ୍ଡ୍ ଜୁବିଲି ଅବସରରେ ତାଙ୍କର ଅଭିନୟ ଯାତ୍ରାକୁ ଉତ୍ସବାୟିତ କରିବା ପାଇଁ ମୁମ୍ବାଇରେ ଏକ କନସର୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସେଥିରେ ସେ ତାଙ୍କ ୬୦ ବର୍ଷର ଅଭିନୟ ଯାତ୍ରା ସମ୍ପର୍କରେ ଅନେକ କଥା ପ୍ରକାଶ କରିବା ସହିତ ପରଲୋକଗତ ସ୍ବାମୀ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ହେମା କହିଛନ୍ତି ଯେ ତାଙ୍କ ଅଭିନୟ ଯାତ୍ରାକୁ ନେଇ ସେ ଗର୍ବିତ ଏବଂ ସେଥିପାଇଁ ସେ ନିଜକୁ ସୌଭାଗ୍ୟବତୀ ମନେ କରନ୍ତି।Advertisment Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା ଅତୀତରୁ ଆଜି ଯାଏ ଏତେ ସଂଖ୍ୟକ ତାରକାଙ୍କୁ ଜନ୍ମ ଦେଇଥିବା ଏହି ସୁନ୍ଦର ଚଳଚ୍ଚିତ୍ର ଶିଳ୍ପର ଅଂଶ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି।
ଏହି ବିରାଟ ଚଳଚ୍ଚିତ୍ର ଶିଳ୍ପ ସମସ୍ତଙ୍କୁ ସୁଯୋଗ ଦେଇଥାଏ।
ତୁମେ ଯଦି ଦକ୍ଷତାସଂପନ୍ନ ଓ ଉତ୍ସର୍ଗୀକୃତ ତେବେ ଶୀର୍ଷକୁ ପହଞ୍ଚିପାରିବ ବୋଲି ସେ କହିଥିଲେ।
ଦୀପିକା ପାଦୁକୋଣ ତାଙ୍କ ବାୟୋପିକ୍ରେ ଅଭିନୟ କରିବାକୁ ସେ ପସନ୍ଦ କରିବେ କି ପ୍ରଶ୍ନର ଉତ୍ତରରେ ହେମା ହଁ ବୋଲି କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସୁରେଶ ଵାଡ଼କର, ଅନୁ ମଲିକ, ଅନୁପ ଜଲୋଟା, କବିତା କୃଷ୍ଣମୃର୍ତ୍ତି, ବିଜେତା ପଣ୍ଡିତ, ସୁଦେଶ ଭୋସଲେଙ୍କ ପରି ପ୍ରସିଦ୍ଧ କଣ୍ଠଶିଳ୍ପୀ ଡ୍ରିମ୍ ଗାର୍ଲଙ୍କ ଲୋକପ୍ରିୟ ସିନେମା ଗୀତଗୁଡ଼ିକୁ ଗାଇଥିଲେ।
ଏହି ଉତ୍ସବରେ ହେମାଙ୍କ ସହିତ କାମ କରିଥିବା ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ରାକେଶ ରୋଶନ, ପୁନମ ରମେଶ ସିପ୍ପି, ବାବୁଲ ସୁପ୍ରିୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ ଉଲ୍ଲେଖଯୋଗ୍ୟ ଯେ ୭୭ ବର୍ଷୀୟା ହେମା ମାଳିନୀ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ସେ ଏକମାତ୍ର ବଲିଉଡ୍ ଅଭିନେତ୍ରୀ ଯିଏ କପୁର ପରିବାରର ସମସ୍ତ ନାୟକ (ରାଜ, ଶମ୍ମୀ, ଶଶି, ରଣଧୀର ଓ ଋଷି)ଙ୍କ ସହିତ ଅଭିନୟ କରିଛନ୍ତି।
ସେ ଦୁଇଟି ଚଳଚ୍ଚିତ୍ର ("ଦିଲ ଆଶନା ହୈ" ଓ "ଟେଲ୍ ମି ଓ ଖୁଦା")ର ନିର୍ଦେଶନା ମଧ୍ୟ ଦେଇଛନ୍ତି।
୧୯୭୭ର "ଡ୍ରିମ୍ ଗାର୍ଲ" ଚଳଚ୍ଚିତ୍ରର ନାୟିକା ହେବା ପରଠାରୁ ପ୍ରଶଂସକମାନେ ତାଙ୍କୁ ସେହି ନାମରେ ଜାଣନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।