Hirakud: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପରିପ୍ରେକ୍ଷୀରେ କଟକଣା
"କଟକ : ହୀରାକୁଦ ଜଳଭଣ୍ଡାରରୁ ଆଜି (୯ ଜୁଲାଇ) ବନ୍ୟାଜଳ ନିଷ୍କାସନ ହେବାକୁ ଥିବାରୁ କଟକ ଜିଲ୍ଲାରେ କୁତ୍ରିମ ବନ୍ୟା ଏବଂ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହିତ କୌଣସି ଅଘଟଣକୁ ଏଡ଼ାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ଅନୁଯାୟୀ ବିଭିନ୍ନ କଟକଣା ଜାରି କରିଛନ୍ତି।Advertisment ଆହୁରି ପଢନ୍ତୁ: Hirakud Dam: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି ଜାରି ହୋଇଥିବା ଆଦେଶ ଅନୁଯାୟୀ ମହାନଦୀ ଏବଂ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ଅନ୍ୟ କୌଣସି ମନୋରଞ୍ଜନମୂଳକ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।କଟକ ମହାନଗର ନିଗମ (କେଏମସି) କମିଶନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସମ୍ପୃକ୍ତ ଥାନାର ସମସ୍ତ ଥାନା ଅଧିକାରୀ (ଆଇଆଇସି) ଏବଂ ପୁଲିସ ପାଟ୍ରୋଲିଂ ଟିମ୍କୁ ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ କରିବାକୁ କୁହାଯାଇଛି।
ଆହୁରି ପଢନ୍ତୁ: Firing: ପଥର ବୋଝେଇ ଟ୍ରକ୍ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏଥିସହ ଜିଲ୍ଲାର ସମସ୍ତ ବାଲିଘାଟମାନଙ୍କର କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।
ମହାନଦୀ ଏବଂ ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ବ୍ୟାରେଜ (ମୁଣ୍ଡଳି ଓ ଯୋବ୍ରା ସମେତ) ଏବଂ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍ଫି ନେବା, ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉଦ୍ଦେଶ୍ୟରେ ଭିଡ଼ ଜମାଇବା, ବୁଲାବୁଲି କରିବା କିମ୍ବା ବିପଦପୂର୍ଣ୍ଣ ଭାବେ ନଦୀକୂଳ ନିକଟକୁ ଯିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।