Cannabis: କପଡ଼ା ବିକ୍ରି ବାହାନାରେ ଚାଲାଣ କରୁଥିଲେ ଗଞ୍ଜେଇ

Jul 09, 2026 - 13:12
Cannabis: କପଡ଼ା ବିକ୍ରି ବାହାନାରେ ଚାଲାଣ କରୁଥିଲେ ଗଞ୍ଜେଇ

"ଦେଓଗାଁ: ପଲ୍ଲୀରୁ ଦିଲ୍ଲୀକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ।

ଫେରିଵାଲା ବେଶରେ ଗଞ୍ଜେଇ ମାଫିଆ କପଡ଼ା ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ | ତେବେ ଏହି କପଡା ଭର୍ତ୍ତି ଗାଡ଼ିକୁ ଜବତ କରି ୪ଜଣକୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ।

ତୁଷୁରା-ବଲାଙ୍ଗିର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇଟି ଗଞ୍ଜେଇଭର୍ତ୍ତି ପିକଅପ ଗାଡ଼ି ସହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ  ୪ ଜଣଙ୍କୁ ଗିରଫ କରାଯାଇଛି।Advertisment ଆହୁରି ପଢନ୍ତୁ:Heavy Rain: ମହାରା‌ଷ୍ଟ୍ରରେ ପ୍ରବଳ ବର୍ଷା: ପାତାଳଗଙ୍ଗା ନଦୀରେ ଭାସିଗଲା ୩ ହଜାର ଗ୍ୟାସ୍ ସିଲିଣ୍ଡର ଜବତ ଗଞ୍ଜେଇର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ତେବେ କପଡ଼ା ବୋଝେଇ ଗାଡ଼ିରେ ରାଜସ୍ଥାନର ୪ ଜଣ ଯୁବକ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଗଞ୍ଜେଇ ଆଣି ତୁଷୁରା ଦେଇ ଭାୟା ରାୟପୁର ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରିବାବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ ତୁଷୁରା-ବଲାଙ୍ଗିର ରାସ୍ତାରେ ଅବକାରୀ ବିଭାଗ ତୁଷୁରା ଦେଓଗାଁ ରାସ୍ତାର ଡଙ୍ଗାପଥର ଛକରେ ଚଢ଼ାଉ କରି ଦୁଇଟି କପଡ଼ା ଭର୍ତ୍ତି ପିକଅପ ଗାଡ଼ିକୁ ଅଟକ ରଖି ପଚରାଉଚରା କରିଥିଲା ।

ତେବେ ତୁଷୁରା ଅବକାରୀ ବିଭାଗ ସନ୍ଦେହ କରି ଦୁଇଟି ପିକଅପ୍ ଗାଡ଼ିରେ ଗଞ୍ଜେଇ ଥିବା ଜାଣି ଯାଞ୍ଚ କରିଥିଲା।

ଯାହା ଫଳରେ କପଡ଼ା ବୋଝେଇ ଗାଡ଼ିରୁ ବଣ୍ଡଲ ବଣ୍ଡଲ ଗଞ୍ଜେଇ ବାହାରିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।