Hirakud: ହୀରାକୁଦ: ୧୫ ଗେଟ୍ ଦେଇ ଜଳ ନିଷ୍କାସନ

Aug 19, 2026 - 04:39
Hirakud: ହୀରାକୁଦ: ୧୫ ଗେଟ୍ ଦେଇ ଜଳ ନିଷ୍କାସନ

"ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ତେଣୁ ଆଜି ସଂଧ୍ୟା ୬ଟା ୩୦ ସୁଦ୍ଧା ୩ଟି ପର୍ଯ୍ୟାୟରେ ହୀରାକୁଦ ବନ୍ଧର ୮ଟି ଗେଟ୍‌ ଖୋଲାଯାଇଛି।

ଫଳରେ ମୋଟ ଖୋଲାଥିବା ଗେଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ମଙ୍ଗଳବାର ସଂଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟରେ ପହଞ୍ଚିଛି।

ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୨୮ ହଜାର ୪୫୯ ଘନଫୁଟ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୬୯ ହଜାର ୭୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

Advertisment Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍‌ ଷ୍ଟେସନଗୁଡ଼ିକ ମଧ୍ୟରୁ ବେଲଗାଁରେ ୨୦ ହଜାର କ୍ୟୁସେକ୍‌, ପର୍ଥଲାରେ ୪୯ ହଜାର ୭୯୯ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୭୩ ହଜାର କ୍ୟୁସେକ୍‌, ବରମୂଳରେ ୧ ଲକ୍ଷ ୭୯ ହଜାର ୭୫୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୧ ଲକ୍ଷ ୬୩ ହଜାର ୮୧୬ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୪୦.୧୭ ମିଲିମିଟର ଓ ତଳମୁଣ୍ଡରେ ୧୯.୬୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media