Himachal Pradesh: ହିମାଚଳ ପ୍ରଦେଶରେ ଖାଇକୁ ଗାଡ଼ି ଖସି ୪ ଜଣଙ୍କ ମୃତ୍ୟୁ
"ସିମ୍ଲା : ହିମାଚଳପ୍ରଦେଶର ସିରମୌର ଜିଳ୍ଲାର ଗାଟଲଗ ନିକଟରେ ଆଜି ଏକ ଗଭୀର ଖାଇକୁ ଏକ ଗାଡ଼ି ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି।
ଜଗଦୀଶ ଶର୍ମା ନାମକ ଜଣେ ମହିଳାଙ୍କର ହୃଦ୍ଘାତ ପରେ ତାଙ୍କୁ ହସ୍ପିଟାଲନିଆଯାଇଥିଲା।
କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ।Advertisment ଆହୁରି ପଢନ୍ତୁ :Thalapathy Vijay: ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବେ କି ବିଜୟ?
ଏଆଇଏଡିଏମ୍କେ ନେତାଙ୍କ ବ୍ୟଙ୍ଗାତ୍ମକ ପ୍ରଶ୍ନ ଏହାପରେ ତାଙ୍କ ମର ଶରୀରକୁ ପରିବାର ସଦସ୍ୟ ଏବଂ ଗାଁ ଲୋକ ଧରି ଘରକୁ ଫେରୁଥିବାବେଳ ବାଟରେ ଏକ ଖାଇକୁ ଗାଡ଼ି ଖସି ଯାଇଥିଲା।
ମୃତକମାନେ ହେଉଛନ୍ତି ରାଜେନ୍ଦ୍ର (୩୭), ଦେସ ରାଜ (୨୩) ଏବଂ ଏମାନେ ଅର୍ଲୁ ଗ୍ରାମର।
ସେହିପରି ଅନ୍ୟ ୨ ମୃତ ରିଖି ରାମ (୫୮) ଏବଂ ରାମ ଗୋପାଳ (୬୨) ଚିନାଦ ଗ୍ରାମର।
ଆହତମାନଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
