Hijab: ହିଜାବ ଉପରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅୱେସୀଙ୍କ ସମାଲୋଚନା: କହିଲେ, ଆମ ଧର୍ମ, ଆମ ନିଷ୍ପତ୍ତି
"ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଅୱେସୀ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ନିନ୍ଦା କରିଛନ୍ତି।
ଆହ୍ଲାବାଦ ହାଇକୋର୍ଟ ଜଣେ ମୁସଲିମ୍ ଝିଅ ସ୍କୁଲରେ "ହେଡ୍ସ୍କାର୍ଫ" ପିନ୍ଧିବାକୁ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ।
ଏହି ରାୟକୁ ଇସଲାମ ଉପରେ ଆକ୍ରମଣ ବୋଲି ଅଭିହିତ କରି ଅୱେସି କହିଛନ୍ତି ଯେ, ଇସଲାମ ପାଇଁ କ"ଣ ଜରୁରୀ ଓ କ"ଣ ନୁହେଁ ତାହା ବିଚାରପତିମାନେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ।Advertisment ଛାତ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଖାରଜ ଅଗଷ୍ଟ ୨୧ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆହ୍ଲାବାଦ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ, କୌଣସି ଛାତ୍ରଙ୍କ ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ୍ କୋଡ୍ ପରିବର୍ତ୍ତନ କରିବାର ଅଧିକାର ନାହିଁ।
ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀଙ୍କୁ ସ୍କୁଲ ଦ୍ୱାରା ନିର୍ଦ୍ଧାରିତ ୟୁନିଫର୍ମ ସହିତ ହେଡ୍ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରୁଥିବା ଜଣେ ଛାତ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।
ପ୍ରୟାଗରାଜର ଏକ ଘରୋଇ ସ୍କୁଲର ଛାତ୍ରୀ ଜଣେ ନାବାଳିକା ଝିଅ ଏହି ଆବେଦନ ଦାଖଲ କରିଥିଲେ।
ଝିଅଟି ହାଇସ୍କୁଲ ପାସ୍ କରିଛି ଓ ସେହି ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପ୍ରବେଶ କରିବାକୁ ଚାହୁଁଛି।
ଜଷ୍ଟିସ ଜେଜେ ମୁନିର୍ ଓ ଇନ୍ଦ୍ରଜିତ ଶୁକ୍ଳାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଯୁକ୍ତିକୁ ଖାରଜ କରିଛନ୍ତି ଯେ, ମୁଣ୍ଡରେ ସ୍କାର୍ଫ ପିନ୍ଧିବା ଏକ ଅତ୍ୟାବଶ୍ୟକ ଇସଲାମିକ ଅଭ୍ୟାସ।
UN Report: ୟୁଏନ୍ କମିଟି ରିପୋର୍ଟକୁ ଭାରତର କଡ଼ା ପ୍ରତ୍ୟାଖ୍ୟାନ, ଅଭିଯୋଗକୁ ରାଜନୈତିକ ପ୍ରେରିତ ଓ ଭିତ୍ତିହୀନ କହିଲା ବୈଦେଶିକ ମନ୍ତ୍ରଣାଳୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
