Highcourt: ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି ଜାହାଜକୁ ଆରେଷ୍ଟ ପାଇଁ ଦୁଇଟି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଦୁଇଟି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି।
ଇଷ୍ଟ୍ୟାଗିନ୍ ଇଭେଜେନି ଓ ଅନ୍ୟ ୨୦ଜଣ ଜାହାଜ ଚାଳକ ଦଳ ସଦସ୍ୟଙ୍କ ତରଫରୁ ବକେୟା ଚୁକ୍ତିଭିତ୍ତିକ ବେତନ ଓ କାର୍ଯ୍ୟରେ ଯୋଗ ଦେବା ପୂର୍ବର ଖର୍ଚ୍ଚ ବାବଦ ଅର୍ଥ ଦାବି କରି ଦାୟର ଏକ ସାମୁଦ୍ରିକ ବିବାଦ ମାମଲା ଦାୟର ହୋଇଛି।
ସେହିଭଳି ଭାବେ ଜାହାଜକୁ ଯୋଗାଇ ଦିଆଯାଇଥିବା ସାମଗ୍ରୀ ଓ ଚାଳକ ଦଳ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ଦରମା ବାବଦ ଅର୍ଥ ଦାବି କରି ସୋଗଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ସାମୁଦ୍ରିକ ବିବାଦ ସଂପର୍କିତ ଆଉ ଏକ ଆବେଦନ ଦାୟର ହୋଇଛି।
Advertisment ଆହୁରି ପଢନ୍ତୁ: Ramayana: ରାମାୟଣକୁ ପ୍ରଶଂସା କରିବାରୁ ଜାଭେଦ ଅଖତରଙ୍କୁ ସମାଲୋଚନା : ନାଁ ବଦଳାଇ ରାମପାଲ ରଖିବାକୁ ମୌଲାନାଙ୍କ ପରାମର୍ଶ ଉଭୟ ମାମଲାର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମ୍ଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।
ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ମୂଳ ଆବେଦନ ଓ ମଧ୍ୟବର୍ତ୍ତିକାଳୀନ ଦୁଇ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୭, ଜାନୁଆରି ୧୧କୁ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
