High-Collar Jackets: ହାଇ-କଲାର୍ ଜ୍ୟାକେଟ୍ର ଟ୍ରେଣ୍ଡ୍
ଶୀତ ଋତୁ ଆସିଲେ ଗରମ ପୋଷାକ ପିନ୍ଧିବା ସହ ଷ୍ଟାଇଲିସ୍ ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି।
ତେଣୁ ପ୍ରତି ଶୀତ ଋତୁରେ ଫ୍ୟାସନ୍ ଜଗତରେ ଦେଖିବାକୁ ମିଳେ ନୂଆ ନୂଆ ଧାରା।
ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି ହାଇ-କଲାର୍ ବା ଫନେଲ୍ ନେକ୍ ଜ୍ୟାକେଟ୍।
ଏହାର ଉଚ୍ଚ କଲାର୍ ଓ ସରଳ ଡିଜାଇନ୍ ଜ୍ୟାକେଟ୍କୁ ଏକ ଭିନ୍ନ ଓ ଆକର୍ଷଣୀୟ ଲୁକ୍ ଦେଉଛି।
ବିଶେଷକରି ରୋହେ ବ୍ରାଣ୍ଡ୍ର ଏହି ଡିଜାଇନ୍ର ଜ୍ୟାକେଟ୍ ଫ୍ୟାସନ୍ପ୍ରେମୀଙ୍କର ଧ୍ୟାନ ଆକର୍ଷଣ କରୁଛି।
ସାଧାରଣ ଜ୍ୟାକେଟ୍ର କଲାର୍ ତଳକୁ ରହୁଥିବାବେଳେ ଏହି ଜ୍ୟାକେଟ୍ର କଲାର୍ ବେକ ଚାରିପାଖରେ ଉପରକୁ ଠିଆ ହୋଇ ରହିଥାଏ।
ଏହାର ଉଚ୍ଚ କଲାର୍ ବେକକୁ ଘୋଡ଼ାଇ ରଖିବା ସହ ପୋଷାକକୁ ଆକର୍ଷଣୀୟ କରେ।
ଏହି ଜ୍ୟାକେଟ୍ରେ ମଧ୍ୟ ରହିଛି ବିଭିନ୍ନ ଡିଜାଇନ୍ ଓ ରଙ୍ଗର ବିକଳ୍ପ।
Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍ସିରେ ୪୯% ପଦବି ଖାଲି ଚମଡ଼ାରେ ତିଆରି ଜ୍ୟାକେଟ୍ ପିନ୍ଧିଲେ ଆଧୁନିକ ଓ ଆକର୍ଷଣୀୟ ଲୁକ୍ ମିଳୁଥିବାବେଳେ ନରମ ଚମଡ଼ାରେ ତିଆରି ସୁଏଡ୍ ଜ୍ୟାକେଟ୍ ଏକ ଭିନ୍ନ ଓ ପୁରୁଣା ଫ୍ୟାସନ୍ର ଆଭା ଦିଏ।
ସେହିପରି କ୍ରିମ୍ ରଙ୍ଗର ଉଲ୍ରେ ତିଆରି ଛୋଟ କୋଟ୍ ପିନ୍ଧିଲେ ଅଧିକ ସୁନ୍ଦର ଓ ଅାକର୍ଷଣୀୟ ଦେଖାଯାଏ।
ଅନ୍ୟପକ୍ଷରେ, ହାଲୁକା କପଡ଼ାରେ ତିଆରି ଜିପ୍ ଲାଗିଥିବା ଜ୍ୟାକେଟ୍ ଦୈନନ୍ଦିନ ବ୍ୟବହାର ଓ ବାହାରକୁ ଯିବା ପାଇଁ ଭଲ ବିକଳ୍ପ।
ଏହି ଜ୍ୟାକେଟ୍କୁ ବିଭିନ୍ନ ପୋଷାକ ସହ ମିଶାଇ ପିନ୍ଧିଲେ ଲୁକ୍ରେ ନୂଆପଣ ଆସିଥାଏ।
ନୀଳ ଜିନ୍ସ ଓ ସ୍ପୋର୍ଟସ୍ ଜୋତା ସହ ଏହାର ଯୋଡ଼ି ବେଶ୍ ସୁନ୍ଦର।
ସେହିପରି ଲୁଜ୍ ଫିଟିଂ ଟ୍ରାଉଜର୍ କିମ୍ବା ୱାଇଡ୍ ଲେଗ୍ ଜିନ୍ସ ସହ ପିନ୍ଧିଲେ ଏକ ଷ୍ଟାଇଲିସ୍ ଲୁକ୍ ମିଳିଥାଏ।
ଲମ୍ବା ସ୍କର୍ଟ ଓ ଛୋଟ ବୁଟ୍ ସହ ଏହାକୁ ପିନ୍ଧିଲେ ଆହୁରି ଆକର୍ଷଣୀୟ ଲାଗେ।
ଶୀତ ଦିନରେ ଜ୍ୟାକେଟ୍ ଭିତରେ ଉଚ୍ଚ ବେକ ଥିବା ସ୍ୱେଟର୍ ପିନ୍ଧିଲେ ଫ୍ୟାସନ୍ ସହ ଶରୀରକୁ ଉଷ୍ମତା ମଧ୍ୟ ମିଳିଥାଏ।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
