Environmental Concern: ପରିବେଶ ଚିନ୍ତା: ବାୟୁ ପ୍ରଦୂଷଣ ଯୋଗୁଁ ଫୁଲକୁ ଖୋଜି ପାଉନି ମହୁମାଛି
ଫୁଲର ମହକରେ ଆକର୍ଷିତ ହୋଇ ମହୁମାଛି ତା' ପାଖକୁ ଧାଇଁ ଆସେ।
ଫୁଲ ରୁ ମହୁ ସଂଗ୍ରହ କରିବା ସହ ଏହା ପରାଗସଙ୍ଗମରେ ମଧ୍ୟ ସାହାଯ୍ୟ କରେ।
କିନ୍ତୁ ବର୍ତ୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ଫୁଲ ଓ ମହୁମାଛି ମଧ୍ୟରେ ଥିବା ଏହି ସମ୍ପର୍କ ପ୍ରଭାବିତ ହେଉଛି।
ପ୍ରଦୂଷଣ ଯୋଗୁଁ ଫୁଲର ବାସ୍ନା ବଦଳିଯାଉଛି।
ଏଥିପାଇଁ ମହୁମାଛି ଫୁଲକୁ ଖୋଜି ପାଇବାରେ ଅସୁବିଧା ଭୋଗୁଛି।
ଏହା କେବଳ ମହୁମାଛି ପାଇଁ ନୁହେଁ, କୃଷି ଓ ପରିବେଶ ପାଇଁ ମଧ୍ୟ ଚିନ୍ତାର ବିଷୟ।
Advertisment ଭାରତ ଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ ବ୍ରିଟେନ୍ର ରିଡିଂ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରେ ୨୨ଟି ଅଧ୍ୟୟନର ତଥ୍ୟକୁ ବିଶ୍ଳେଷଣ କରାଯାଇଛି।
୨୦୨୬ ଅକ୍ଟୋବର ୮ ତାରିଖରେ ପ୍ରକାଶିତ ଏହି ଗବେଷଣାରେ ଓଜୋନ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି ପ୍ରଦୂଷକ କିପରି ଫୁଲର ବାସ୍ନା ଓ ମହୁମାଛି ଭଳି ଜୀବଙ୍କ ଉପରେ ପ୍ରଭାବ ପକାଏ, ତାହା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଓଜୋନ୍ ଯୋଗୁଁ ପରାଗବାହୀ ଜୀବଙ୍କ କାର୍ଯ୍ୟଦକ୍ଷତା ୪୨ ପ୍ରତିଶତ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ଯୋଗୁଁ ୪୬ ପ୍ରତିଶତ କମିଯାଉଛି।
ଫୁଲ ନିଜର ସୁନ୍ଦର ବାସ୍ନା ଦ୍ୱାରା ମହୁମାଛି, ପ୍ରଜାପତି ଓ ଅନ୍ୟ ପରାଗବାହୀ ଜୀବଙ୍କୁ ଆକର୍ଷିତ କରେ।
କିନ୍ତୁ ବାୟୁରେ ଥିବା ଓଜୋନ୍ ଫୁଲରୁ ବାହାରୁଥିବା ସୁଗନ୍ଧ ସହ ମିଶି ତାହାକୁ ବଦଳାଇ ଦିଏ।
ଏହାଦ୍ୱାରା ଫୁଲର ବାସ୍ନା ଦୂରକୁ ଯାଇପାରେ ନାହିଁ।
ଫଳରେ ମହୁମାଛି ଫୁଲକୁ ଠିକ୍ ଭାବରେ ଖୋଜିପାରେ ନାହିଁ।
ମହୁମାଛି ପରିବେଶ ପାଇଁ ବହୁତ ଉପକାରୀ।
FRRO offices: ୫ ସହରରେ ନୂଆ ଏଫ୍ଆର୍ଆର୍ଓ କାର୍ଯ୍ୟାଳୟ ପ୍ରତିଷ୍ଠା, ଭୁବନେଶ୍ୱର ସମେତ ଆଉ ୩ ସ୍ଥାନରେ ଘୋଷଣା ଏହା ଗୋଟିଏ ଫୁଲରୁ ଅନ୍ୟ ଫୁଲକୁ ପରାଗରେଣୁ ନେଇଯାଏ।
ଏହାଦ୍ୱାରା ଗଛରେ ଫଳ ଓ ମଞ୍ଜି ହୋଇଥାଏ।
ଯଦି ପ୍ରଦୂଷଣ ଯୋଗୁଁ ମହୁମାଛିଙ୍କ କାମରେ ବାଧା ସୃଷ୍ଟି ହୁଏ, ତେବେ ଅନେକ ଫସଲର ଉତ୍ପାଦନ କମିଯାଇପାରେ।
ଏହି ସମସ୍ୟାକୁ ରୋକିବା ପାଇଁ ଆମକୁ ଯାନବାହନର ଧୂଆଁ ଓ କାରଖାନାରୁ ବାହାରୁଥିବା ପ୍ରଦୂଷିତ ଗ୍ୟାସ୍ କମାଇବାକୁ ପଡ଼ିବ।
ଜୀବାଶ୍ମ ଇନ୍ଧନର ବ୍ୟବହାର କମାଇ ସୌରଶକ୍ତି ଭଳି ସ୍ୱଚ୍ଛ ଶକ୍ତି ବ୍ୟବହାର କରିବା ଦରକାର।
ଏହା ସହ ଅଧିକ ଗଛ ଲଗାଇବା ଓ ବାୟୁ ପ୍ରଦୂଷଣ ରୋକିବା ଉପରେ ଧ୍ୟାନ ଦେବା ଆବଶ୍ୟକ।
ଫୁଲର ବାସ୍ନା ଓ ମହୁମାଛିର ଗୁଣୁଗୁଣୁ ଶବ୍ଦ ପ୍ରକୃତିର ଏକ ସୁନ୍ଦର ସମ୍ପର୍କ।
ଏହି ସମ୍ପର୍କ ନଷ୍ଟ ହେଲେ ଫସଲ ଉତ୍ପାଦନ ଓ ଆମ ଖାଦ୍ୟଶୃଙ୍ଖଳ ମଧ୍ୟ ପ୍ରଭାବିତ ହେବ।
ତେଣୁ ପରିବେଶ ଓ ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ବାୟୁ ଓ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
