Hero: ହିରୋ ପକ୍ଷରୁ ନୂଆ ରୂପରେ ଆସିଲା 'ଡେଷ୍ଟିନି ୧୧୦ କ୍ଲାସିକ୍ ଏଡିସନ୍'

Oct 31, 2026 - 13:18
Hero: ହିରୋ ପକ୍ଷରୁ ନୂଆ ରୂପରେ ଆସିଲା 'ଡେଷ୍ଟିନି ୧୧୦ କ୍ଲାସିକ୍ ଏଡିସନ୍'

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ' ହିରୋ ମୋଟୋକର୍ପ' ନିଜର ଲୋକପ୍ରିୟ ସ୍କୁଟର ଶ୍ରେଣୀରେ ଏକ ନୂତନ ମଡ଼େଲ 'Hero Destini 110 Classique Edition' କୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି।

ଏହାର ଆନୁଷ୍ଠାନିକ ଏକ୍ସ-ଶୋରୁମ୍ (ଦିଲ୍ଲୀ) ମୂଲ୍ୟ ୭୬,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ପାର୍ବଣର ଋତୁକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ସ୍ୱତନ୍ତ୍ର ସଂସ୍କରଣକୁ ବଜାରକୁ ଆଣିଛି, ଯାହା ଗ୍ରାହକଙ୍କୁ ନିଓ-ରେଟ୍ରୋ (Neo-retro) ଲୁକ୍ ପ୍ରଦାନ କରିବ।

Advertisment ଡିଜାଇନ୍ ଏବଂ ଲୁକ୍ :ଏହି ନୂତନ କ୍ଲାସିକ୍ ଏଡିସନରେ ଆକର୍ଷକ ଡୁଆଲ୍-ଟୋନ୍ ରଙ୍ଗ, ସ୍ୱତନ୍ତ୍ର ଷ୍ଟ୍ରାଇପ୍ ଡିଜାଇନ୍, ରଙ୍ଗୀନ ମିରର୍ (କ୍ରୋମ୍ ଫିନିଶ୍) ଏବଂ ସିଟ୍ ସହିତ ମେଳ ହେଉଥିବା ଇନର୍ ପ୍ୟାଲେଟ୍ ଦ୍ୱାରା ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରାଯାଇଛି।

ଏଥିସହିତ ସ୍କୁଟରରେ ଏକ ସ୍ୱତନ୍ତ୍ର 'Classique Edition' 3D ବ୍ୟାଜ୍ ମଧ୍ୟ ଦିଆଯାଇଛି।

ଆହୁରି ପଢନ୍ତୁ: Controversy: ହିନ୍ଦୁମାନେ ଗୋମୂତ୍ର ପିଅନ୍ତି: ହିନ୍ଦୁ ଧର୍ମକୁ ଉପହାସ କଲେ ଇହୁଦୀ ଧର୍ମଗୁରୁ ଇଞ୍ଜିନ୍ ଏବଂ ପରଫରମାନ୍ସ :ଏହି ସ୍କୁଟରର ଇଞ୍ଜିନ୍ ଏବଂ ମେକାନିକାଲ୍ ପାର୍ଟ୍ସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଏଥିରେ ୧୧୦.୯ ସିସିର ଏୟାର-କୁଲ୍ଡ, ୪-ଷ୍ଟ୍ରୋକ୍ ଇଞ୍ଜିନ୍ ରହିଛି।

ଇନ୍ଧନ ସଞ୍ଚୟ ପାଇଁ ଏଥିରେ ହିରୋର ଆଇ୩ଏସ ଟେକ୍ନୋଲୋଜି ମଧ୍ୟ ସାମିଲ ରହିଛି।

ପ୍ରମୁଖ ଫିଚର୍ସ କଥା କହିବାକୁ ଗଲେ ଦୀର୍ଘ ଯାତ୍ରାକୁ ସହଜ କରିବା ପାଇଁ ଏଥିରେ ୭୮୫ମିମି ପର୍ଯ୍ୟନ୍ତ ଲମ୍ବା ଏବଂ ଆରାମଦାୟକ ସିଟ୍ ରହିଛି।

ସେହିପରି ସ୍କୁଟର ଭିତରେ ୧୯ ଲିଟରର ବଡ଼ ଅଣ୍ଡର-ସିଟ୍ ଷ୍ଟୋରେଜ୍ ଏବଂ ଫ୍ରଣ୍ଟ କମ୍ପାର୍ଟମେଣ୍ଟରେ ମୋବାଇଲ୍ ଚାର୍ଜିଂ ସୁବିଧା ମିଳିବ।

ସ୍କୁଟରରେ ଉଭୟ ଆଗ ଓ ପଛ ପଟେ ୧୨-ଇଞ୍ଚର ଆଲୟ ହ୍ବିଲ୍ ଏବଂ କମ୍ବି-ବ୍ରେକିଂ ସିଷ୍ଟମ୍ (CBS) ସହିତ ଡ୍ରମ୍ ବ୍ରେକ୍ ରହିଛି।

ଏହି ନୂତନ ଡେଷ୍ଟିନି ୧୧୦ କ୍ଲାସିକ୍ ଏଡିସନ୍ ବଜାରରେ ନିଜର ଭିଏକ୍ସ ଏବଂ ଜେଡଏକ୍ସ ଭାରିଏଣ୍ଟ୍ ମଧ୍ୟରେ ସ୍ଥାନ ପାଇଥିବାବେଳେ ଏହା ପରିବାରର ଦୈନନ୍ଦିନ ଯାତାୟାତ ପାଇଁ ଏକ ବେଷ୍ଟ୍ ଅପ୍ସନ୍ ହୋଇପାରିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)