Hemgir trailer fire ଦୁର୍ଘଟଣା ପରେ ଜଳିଗଲା ଟ୍ରେଲର୍, ଡେଇଁପଡ଼ି ବର୍ତ୍ତିଗଲେ ଚାଳକ
"ସୁନ୍ଦରଗଡ଼: ମଙ୍ଗଳବାର ଭୋରରୁ ହେମଗିର ଥାନା ଗୋପାଳପୁର ନିକଟରେ ଦୁଇଟି ଟ୍ରେଲର୍ ମଧ୍ୟରେ ଧକ୍କା ହୋଇଥିଲା।
ଧକ୍କା ଯୋଗୁଁ ଗୋଟିଏ ଟ୍ରେଲରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି।
ତେବେ ଉପସ୍ଥିତ ବୁଦ୍ଧିଯୋଗୁଁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି।
Advertisment Accident: ଭଦ୍ରକରେ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ସୂଚନାନୁସାରେ, ବାଙ୍କିବାହାଲ-ଟପରିଆ ରାସ୍ତାରେ ଏକ ଟ୍ରେଲର୍ (ଓଡି୧୬ ଏମ୍- ୪୭୭୭) ଆସୁଥିଲା।
ଏହି ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଟ୍ରେଲର୍ ସହ ଜୋର୍ରେ ଧକ୍କା ହୋଇଥିଲା।
ତୁରନ୍ତ (ଓଡି୧୬ ଏମ୍- ୪୭୭୭) ଟ୍ରେଲର୍ରେ ନିଆଁ ଲାଗି ଯାଇଥିଲା।
ଦେଖୁଦେଖୁ ଟ୍ରେଲର୍ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା।
National highway: ଜାତୀୟ ରାଜପଥରେ ୫ ଦୁର୍ଘଟଣା: ୩ ମୃତ, ୩ ଗୁରୁତର ଖବର ପାଇ ହେମଗିର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।