Dead: ମହୁଲ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

Jul 14, 2026 - 17:27
Dead: ମହୁଲ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

"ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମର ଜଣେ ଯୁବକ ମହୁଲ ଗଛରୁ ତଳେ ପଡି ମୃତ୍ୟୁ ହୋଇ ଯାଇଛି।

ମୃତକ ଜଣକ ଗୁରୁସିଙ୍ଗା ଗ୍ରାମର ବେଣୁଧର ମାଝୀ(୪୮)।

Advertisment ସୂଚନା ପ୍ରକାରେ ଗୁରୁସିଙ୍ଗା ଗ୍ରାମର ବେଣୁଧର ଘର ଠାରୁ ଅଧା କିଲୋମିଟର ଦୂରରେ ଚାଷ ଜମିରେ ଥିବା ମହୁଲ ଗଛର ଡାଳ କାଟୁଥିଲେ।ଡାଳ କାଟିବା ସମୟରେ କୌଣସି କାରଣରୁ ତଳେ ପଡି ଯାଇଥିଲେ।

ଦୀର୍ଘ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ତୁରନ୍ତ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ପରିବାର ଲୋକ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବାର ଅଳ୍ପ ସମୟ ମଧ୍ୟରେ ଦେହାନ୍ତ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି।

ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।