Rape Alligation: ସମ୍ପର୍କରେ କଳଙ୍କ: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ!

Jul 14, 2026 - 16:48
Rape Alligation: ସମ୍ପର୍କରେ କଳଙ୍କ: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ!

"ବେତନଟୀ (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରୁ ସମ୍ପର୍କକୁ କଳଙ୍କିତ କରିଦେବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।

ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କ ନିଜ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ମାଆଙ୍କ ଲିଖିତ ଅଭିଯୋଗ ଆଧାରରେ ବୈଶିଙ୍ଗା ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।Advertisment ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ନିଜ ମାଆ, ଦୁଇ ଭାଇ ଓ ଜଣେ ଭଉଣୀଙ୍କ ସହ ଦୀର୍ଘଦିନ ଧରି ମାମୁଁଙ୍କ ଘରେ ରହୁଥିଲେ।

ଗତକାଲି ପରିବାରର ଅନ୍ୟ ସଦସ୍ୟମାନେ କାମରେ ବାହାରକୁ ଯାଇଥିବା ବେଳେ ଘରେ ଦିବ୍ୟାଙ୍ଗ ଯୁବତୀ ଏକାକୀ ଥିଲେ।

ଏହି ସୁଯୋଗର ଫାଇଦା ଉଠାଇ ଅଭିଯୁକ୍ତ ମାମୁଁ ହାଣ୍ଡିଆ ପିଇବାକୁ ମାଗିଥିଲେ।

ପୀଡ଼ିତା ହାଣ୍ଡିଆ ଆଣିବା ପାଇଁ ଘର ଭିତରକୁ ଯିବା ସମୟରେ ସେ ମଧ୍ୟ ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ।

ଅଭିଯୋଗ ଅନୁସାରେ, ଏହାପରେ ସେ ବଳପୂର୍ବକ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ଘଟଣା ବିଷୟରେ କାହାକୁ କହିଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ।

କିନ୍ତୁ ସାହସ ସଞ୍ଚୟ କରି ପୀଡ଼ିତା ନିଜ ଆଇ ଓ ମାଉସୀ ଝିଅ ଭଉଣୀଙ୍କୁ କାନ୍ଦି କାନ୍ଦି ସମସ୍ତ ଘଟଣା ବିଷୟରେ ଜଣାଇଥିଲେ।

Rape: ଝିଅକୁ ଦୁଷ୍କର୍ମ, ବନ୍ଧା ହେଲା ସାବତ ବାପ ପରେ ପରିବାର ଲୋକେ ଏକତ୍ରିତ ହୋଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଓଲଟି ସମସ୍ତଙ୍କୁ ହାଣିକାଟି ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଏହାପରେ ପୀଡ଼ିତାଙ୍କ ମାଆ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଅଭିଯୁକ୍ତଙ୍କୁ ଅଟକ ରଖି ୩୬୧/୨୦୨୬ ନମ୍ବରରେ ମାମଲା ରୁଜୁ କରିଛି।

ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତକାରୀ ଅଧିକାରୀଣୀ ଫରେନସିକ (ସାଇଣ୍ଟିଫିକ) ଟିମ ସହାୟତାରେ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛନ୍ତି।

ଏହି ଘଟଣା ସମଗ୍ର ବୈଶିଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।