Heavy rains:ମୁମ୍ବାଇରେ ପ୍ରବଳ ବର୍ଷା, ‌ରେଡ ଆଲର୍ଟ ଜାରି କଲା ଆଇଏମ୍‌ଡି

Jul 01, 2026 - 21:51
Heavy rains:ମୁମ୍ବାଇରେ ପ୍ରବଳ ବର୍ଷା, ‌ରେଡ ଆଲର୍ଟ ଜାରି କଲା ଆଇଏମ୍‌ଡି

" ବେଙ୍ଗାଲୁରୁ  :ମୁମ୍ବାଇ ଏବଂ ଏହାର ପଡ଼ୋଶୀ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଛି।

ଦିନ ତମାମ ସହରରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୁଣି ଅଧିକ ବର୍ଷା ହେବା ନେଇ ଏକ ସଦ୍ୟ ସତର୍କତା ଜାରି କରିଛି।

ଆଇଏମ୍‌ଡି ମୁମ୍ବାଇ, ଥାଣେ ଏବଂ ପଲଘର ପାଇଁ ରେଡ ଆଲର୍ଟ ଜାରି କରିଛି।

ଇତି ମଧ୍ୟରେ ନିକଟସ୍ଥ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ ହେବାନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବର୍ଷା ଲାଗି ରହିବ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇର ସହର ୧୦୦ ମିମିରୁ ଅଧିକ ବର୍ଷାଜଳ ଗ୍ରହଣ କରିଛି।

ଏଥିଯୋଗୁ ଅନ୍ଧେରି ସବ୍‌ୱେ ଏବଂ ନଭି ମୁମ୍ବାଇର କିଛି ଅଂଶରେ ଜଳବନ୍ଦୀ ସମସ୍ୟା ଉପୁଜିିଛି ।

ଏଥିପାଇଁ ଟ୍ରେନ୍‌ ଚଳାଚଳରେ ବାଧା ଉପୁଜିଥିବା ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ :Weather:୧୦୦ ବର୍ଷରେ ତୃତୀୟ ଶୁଖିଲା ଜୁନ୍ ୪ ପ୍ରମୁଖ କାରଣରୁ ୪୦ ପ୍ରତିଶତ କମ୍ ବର୍ଷା ଅନ୍ୟପକ୍ଷେ ଆଜି ମାଙ୍ଗାଲୁରୁର ନାଗୋରିରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୨ ବାଳିକାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଆଜି ଭୋର୍‌ ୪.୪୫ରୁ ୫ଟା ମଧ୍ୟରେ ଏହି ଘଟଣା ଘଟିଛି।

ପ୍ରବଳ ବର୍ଷା ଯୋଗୁ ଆଜି ଗରୋଦିର ମରିଆଲ ହାଉସ୍‌ରେ ଏକ ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଏହା ସିଧା ୪ଟି ଟାଇଲ ଛାତ ଥିବା ଘର ଉପରେ ପଡ଼ିଥିଲା।

ଏହା ଫଳରେ ୪ଟି ଯାକ ଘରର କାନ୍ଥ ଭୁଶୁଡ଼ି ପଡ଼ିଲା।

ପୁଲିସ କମିସନର ସୁଧୀର କୁମାର ରେଡ୍ଡି ସିଏଚ୍‌ କହିଛନ୍ତି, ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ।

ଉଦ୍ଧାରକାରୀ ଦଳ ପ୍ରଥମେ ଲାଲ୍‌ବାବୁ (୩୭)ଏବଂ ତାଙ୍କ ପତ୍ନୀ ଇନ୍ଦୁ (୩୪) ଏବଂ ସେମାନଙ୍କ ୨ ଝିଅଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ।

କିନ୍ତୁ ହସ୍ପିଟାଲରେ ୨ ପିଳାଙ୍କର ମୃତ୍ୟୁ ହୋଇଗଲା।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନାମିକା (୭) ଏବଂ ଅନ୍ୟ ଜଣେ ହେଉଛନ୍ତି ପରି (୪)।

ଅନ୍ୟ ଏକ ଘରୁ ବାଲ୍‌କ୍ରୀଷ୍ଣ (୪୦) ଏବଂ ତାଙ୍କ ପତ୍ନୀ ଶାନ୍ତା (୩୫)ଙ୍କୁ ଉଦ୍ଧାର କରାଯାଇଛି।

କିନ୍ତୁ ପରେ ଶାନ୍ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ଆହୁରି ପଢନ୍ତୁ :Odisha Cabinet decisions ରାଜ୍ୟ ମନ୍ତ୍ରିମଣ୍ଡଳର ୧୨ ଫୈସଲା: କେଜିରୁ ପିଜି ଶିକ୍ଷା ଦେୟ ମୁକ୍ତ, ୧୦ମ ଶ୍ରେଣୀ ଯାଏଁ ମଧ୍ୟାହ୍‌ଣ ଭୋଜନ ସେହିପରି ଆସାମ, ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ଅଚାନକ ବନ୍ୟାବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି।

କେନ୍ଦ୍ର ସରକାର ବନ୍ୟା ପ୍ରବଣ ରାଜ୍ୟରେ ରିଲିଫ୍‌ ,ଉଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ‌ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଅରୁଣାଚଳରେ ବନ୍ୟା ପ୍ରବଣ ଅଞ୍ଚଳ ବୁଲିି ସ୍ଥିତି ସମୀକ୍ଷା କରିଛନ୍ତି।

ଉଭୟ ରାଜ୍ୟରେ ସମୀକ୍ଷା ପରେ ବିସ୍ତୃତ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାଖଲ କରାଯିବ ବୋଲି ମନ୍ତ୍ରୀ ଚୌହାନ କହିଛନ୍ତି।

ମନ୍ତ୍ରୀ ଶିବରାଜ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଅରୁଣାଚଳ ପ୍ରଦେଶ ଏବଂ ଆସାମର ଲୋକମାନେ ବନ୍ୟା ଯୋଗୁ ବ୍ୟାପକ ପ୍ରଭାବିତ ହୋଇଛନ୍ତି।

ଅରୁଣାଚଳରେ ଉଦ୍ଧାର ଅପରେସନ୍‌ ଜାରି ରହିଛି।

ତେବେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ସରକାର ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ସହଯୋଗ ପ୍ରଦାନ କରିବେ ବୋଲି ସେ କହିଛନ୍ତି।

"