Passing Out Parade ପ୍ରଶିକ୍ଷଣ ଶେଷ କଲେ ୧୨୨ ଅବକାରୀ ଉପଅଧୀକ୍ଷକ ଓ ଉପନିରୀକ୍ଷକ
/sambad/media/media_files/2026/07/01/2-2026-07-01-21-35-01.jpeg)
ଦୀକ୍ଷାନ୍ତ ସମାରୋହ ପରେଡ୍
ଆଜି ସେମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ ପ୍ରଶିକ୍ଷାର୍ଥୀମାନଙ୍କର ଉତ୍କୃଷ୍ଟ ପରେଡ଼ ପ୍ରଦର୍ଶନ ଓ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ସତ୍ୟନିଷ୍ଠା, ସ୍ୱଚ୍ଛତା, ନିରପେକ୍ଷତା ଓ ଜନସେବାର ମନୋଭାବ ନେଇ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଜଣାଇଥିଲେ।
/sambad/media/media_files/2026/07/01/3-2026-07-01-21-35-44.jpeg)
ଅନ୍ୟମାନଙ୍କ ମଧ୍ୟରେ ଅମର କୁମାର ନାୟକ, ମାନ୍ୟବର ବିଧାୟକ, ବଡ଼ଚଣା, ପି ଅନ୍ୱେଷା ରେଡ୍ଡୀ, ଅବକାରୀ ଆୟୁକ୍ତ, ଓଡ଼ିଶା ଏବଂ ଅମ୍ବର କୁମାର କର, ଜିଲ୍ଲାପାଳ, ଯାଜପୁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶିକ୍ଷଣ କାଳରେ ପରେଡ଼, ଡ୍ରିଲ୍, ଆଇନ, ଶାରୀରିକ ଦକ୍ଷତା, ଅସ୍ତ୍ରଚାଳନା ଓ ଅନ୍ୟାନ୍ୟ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପଦକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
/sambad/media/media_files/2026/07/01/4-2026-07-01-21-36-06.jpeg)
ଏହି କାର୍ଯ୍ୟକ୍ରମରେ ଅବକାରୀ ନିର୍ଦ୍ଦେଶାଳୟ, କଟକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଏବଂ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ପ୍ରଶିକ୍ଷକ, ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀମାନଙ୍କର ପରିବାରବର୍ଗ ଏବଂ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ।