Heavy rain: ଉପରମୁଣ୍ଡରେ ଲଗାଣ ବର୍ଷା; ବଂଶଧାରା ଓ ମହେନ୍ଦ୍ରତନୟାରେ ବଢ଼ୁଛି ଜଳସ୍ତର

Oct 28, 2026 - 21:49
Heavy rain: ଉପରମୁଣ୍ଡରେ ଲଗାଣ ବର୍ଷା; ବଂଶଧାରା ଓ ମହେନ୍ଦ୍ରତନୟାରେ ବଢ଼ୁଛି ଜଳସ୍ତର

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଜପତି ଜିଲ୍ଲା ସମେତ ବଂଶଧାରା ନଦୀର ଉପରମୁଣ୍ଡରେ ବର୍ଷା ଜାରି ରହିଛି।

ଫଳରେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

ଗୁରୁବାର ସକାଳ ସୁଦ୍ଧା କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି।

ଏହାକୁ ନେଇ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଥିବା ବେଳେ ନଦୀର ଜଳପ୍ରବାହ ଉପରେ ନଜର ରଖିବା ଜରୁରି ହୋଇପଡ଼ିଛି।

Advertisment ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ୫୨.୬୫ ମିଟର ରେକର୍ଡ କରାଯାଇଛି।

ନଦୀର ଶୂନ୍ୟ ସ୍ତର ୫୧ ମିଟର ଥିବାବେଳେ ସତର୍କ ସଙ୍କେତ ୫୪.୧୦ ମିଟର ଏବଂ ବିପଦ ସଙ୍କେତ ୫୪.୬୦ ମିଟର ରହିଛି।

ବର୍ତ୍ତମାନର ଜଳସ୍ତର ସତର୍କ ସଙ୍କେତଠାରୁ ୧.୪୫ ମିଟର ତଳେ ରହିଛି।

ତେବେ ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ନଦୀର ଜଳସ୍ତର ଆହୁରି ବଢ଼ିବା ସମ୍ଭାବନା ରହିଛି।

ବ୍ୟାରେଜ୍‌କୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ଅନ୍ୟପକ୍ଷରେ, ଗୋଟା ବ୍ୟାରେଜ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ବ୍ୟାରେଜ୍‌ର ଜଳସ୍ତର ୩୪.୬୦ ମିଟର ରହିଥିବା ବେଳେ ଜଳ ସଂରକ୍ଷଣ ୦.୦୩୮୦ ଟିଏମ୍‌ସି ରେକର୍ଡ ହୋଇଛି।

ବ୍ୟାରେଜ୍‌କୁ ଜଳ ପ୍ରବେଶ ପରିମାଣ ପ୍ରତି ସେକେଣ୍ଡରେ ୧୬,୫୦୦ ଘନଫୁଟ ଥିବାବେଳେ ନିଷ୍କାସନ ପରିମାଣ ୧୯,୬୭୪ ଘନଫୁଟ ରହିଛି।

ଅର୍ଥାତ୍‌, ଜଳ ପ୍ରବେଶ ତୁଳନାରେ ନିଷ୍କାସନ ପରିମାଣ ୩,୧୭୪ ଘନଫୁଟ ଅଧିକ ରହିଛି।

ବ୍ୟାରେଜ୍‌ର ସମସ୍ତ ୨୨ ଗୋଟୋ ଗେଟ ଜଳ ନିଷ୍କାସନ ପାଇଁ ଖୋଲା ଯାଇଛି।

ନଦୀରେ ଜଳସ୍ତର ବୃଦ୍ଧି ଏପଟେ ମହେନ୍ଦ୍ରତନୟା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଥିବାରୁ ନଦୀକୂଳିଆ ଗ୍ରାମଗୁଡ଼ିକରେ ସତର୍କତା ଅବଲମ୍ବନ ଜରୁରି ହୋଇପଡ଼ିଛି।

ପାହାଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଜଳ ପ୍ରବାହ ବଢ଼ିବା ସହ ନଦୀ ଓ ନାଳରେ ଜଳ ଦ୍ରୁତଗତିରେ ମାଡ଼ି ଆସିବାର ଆଶଙ୍କା ରହିଛି।

ବାତ୍ୟାଜନିତ ବର୍ଷା ଯୋଗୁ ମହେନ୍ଦ୍ରଗିରିରୁ ପ୍ରଭାହୀତ ହେଉଥିବା ବେଳେ ଆଗାମୀ ନଦୀର ଜଳସ୍ତର ଆହରି ବୃଦ୍ଧି ପାଇବା ଆଶଙ୍କା ରହିଛି ସନ୍ଧ୍ଯା ସୁଧା ଗୋସାଣି ବ୍ଲକର ନାଏକ ଚାଷ ଜମି ଜଳମଗ୍ନ ହେବ ସହ ଛୋଟ ବଡ ନାଳ ଉପରେ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି , ଆଗକୁ ବର୍ଷା ଜାରି ରହିଲେ ଦଶରୁ ଅଧିକ ଗାଁରେ ଜଳବନ୍ଦି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।

ତାକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା, ନଦୀ ଓ ନାଳ ପାର ନହେବା ଏବଂ ପ୍ରଶାସନର ପରାମର୍ଶ ମାନିବା ଆବଶ୍ୟକ।

ଆଗାମୀ କିଛି ଘଣ୍ଟାରେ ଉପରମୁଣ୍ଡର ବର୍ଷା ଓ ଜଳପ୍ରବାହ ହିଁ ବଂଶଧାରା ନଦୀର ପରବର୍ତ୍ତୀ ଜଳସ୍ତର ଓ ତାର ସ୍ଥିତି ସ୍ପଷ୍ଟ କରିପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)