Heavy Rain Batters Odisha: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସକ୍ରିୟ, ୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ହେବ

Jul 05, 2026 - 13:21
Heavy Rain Batters Odisha:  ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସକ୍ରିୟ, ୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ହେବ

ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ଆଗାମୀ ୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟର ବଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ୯ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅତ୍ୟନ୍ତ ଭାରି ବର୍ଷା ହୋଇଛି । ୪୬ଟି ସ୍ଥାନରେ ୧୨ରୁ ୨୦ ସେମି ଅତି ଭାରି ବୃଷ୍ଟିପାତ ଏବଂ ୫୭ଟି ସ୍ଥାନରେ ୭ରୁ ୧୧ ସେମି ଭାରି ବୃଷ୍ଟିପାତ ରେକର୍ଡ ହୋଇଛି । 

କନ୍ଧମାଳ ଖଜୁରୀପଦାରେ ସର୍ବାଧିକ ୨୭୬ ମିଲି ମିଟର, ବଲାଙ୍ଗୀର ତୁରେଇକେଲା ଠାରେ ୨୬୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ରାଜଧାନୀରେ ୧୧୯.୪ ମିମି ବର୍ଷା ରେକର୍ଡ ହୋଇଛି ।

  • ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସକ୍ରିୟ
  • ଆଗାମୀ ୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ହେବ
  • ୯ଟି ସ୍ଥାନରେ ୨୦ ସେମିରୁ ଅଧିକ ଅତ୍ୟନ୍ତ ଭାରି ବର୍ଷା ରେକର୍ଡ
  • ୪୬ଟି ସ୍ଥାନରେ ୧୨ରୁ ୨୦ ସେମି ଅତି ଭାରି ବୃଷ୍ଟିପାତ
  • ୫୭ଟି ସ୍ଥାନରେ ୭ରୁ ୧୧ ସେମି ଭାରି ବୃଷ୍ଟିପାତ ରେକର୍ଡ
  • କନ୍ଧମାଳ ଖଜୁରୀପଦାରେ ସର୍ବାଧିକ ୨୭୬ ମିଲି ମିଟର ବର୍ଷା
  • ବଲାଙ୍ଗୀର ତୁରେଇକେଲାରେ ୨୬୪ ମିମିର ବର୍ଷା ରେକର୍ଡ
  • ରାଜଧାନୀରେ ୧୧୯.୪ ମିମି ବର୍ଷା ରେକର୍ଡ ହୋଇଛି