Missing Minor Girls Rescued: ବାଲେଶ୍ବରରୁ ନିଖୋଜ ୪ ନାବାଳିକା ପଶ୍ଚିମବଙ୍ଗରୁ ଉଦ୍ଧାର, ହେଉଥିଲା କି ମାନବ ଚାଲାଣ?
ଓଡ଼ିଶାରୁ ନିଖୋଜ ୪ ନାବାଳିକା ପଶ୍ଚିମବଙ୍ଗରୁ ଉଦ୍ଧାର। ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ନିଖୋଜ ୪ ନାବାଳିକାଙ୍କୁ ଜଳେଶ୍ୱର ପୋଲିସ ପଶ୍ଚିମବଙ୍ଗରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ନାବାଳିକାମାନଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା।
ଏହାପରେ ଜଳେଶ୍ୱର SDPO ଏବଂ ଆଇଆଇସିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରି ପଡ଼ୋଶୀ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଅଞ୍ଚଳରୁ ସେମାନଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।
ନାବାଳିକାମାନେ କେଉଁ ପରିସ୍ଥିତିରେ ସେଠାକୁ ଯାଇଥିଲେ, ଏହା ପଛରେ କୌଣସି ମାନବ ଚାଲାଣ ରାକେଟ୍ କିମ୍ବା ଅନ୍ୟ କୌଣସି ଷଡଯନ୍ତ୍ର ରହିଛି କି ନାହିଁ ତଦନ୍ତ ଚାଲିଛି। ଉଦ୍ଧାର ନାବାଳିକାମାନଙ୍କର ବୟାନ ରେକର୍ଡ କରାଯିବା ସହ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଘଟଣାର ପ୍ରକୃତ କାରଣ ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସର ତଦନ୍ତ ଜାରି ରହିଛି।