Heavy Rain Alert: ଭିଜିବ ସାରା ରାଜ୍ୟ, ଆଜିଠୁ ଆହୁରି ତିନି ଦିନ ବର୍ଷା

Aug 31, 2026 - 07:42
Heavy Rain Alert: ଭିଜିବ ସାରା ରାଜ୍ୟ, ଆଜିଠୁ ଆହୁରି ତିନି ଦିନ ବର୍ଷା

"ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ।

ଏହାର ପ୍ରଭାବରେ ସାରା ଓଡ଼ିଶାରେ ଜାରି ରହିଛି ବର୍ଷା ।

ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୦ଟି ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।

ବାକି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆସନ୍ତା ୨ ତାରିଖ ସକାଳ ସାଢ଼େ ୮ଟା ପରେ ବର୍ଷାର ପରିମାଣ ଧୀରେ ଧୀରେ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Advertisment Rain in Bhadrak: ୩୩ ଦିନ ହେଲା ବର୍ଷା ଜାରି, ଟଳୁନି ବିପନ୍ନଙ୍କ ଦୁଃଖ  ସେହିପରି  ଦେଶର ଗୋଟିଏ ପଟେ ମୌସୁମୀ ବର୍ଷା ତାଣ୍ଡବ ରଚୁଥିବାବେଳେ ଅନ୍ୟପଟେ ଦିଲ୍ଲୀ-ଏନସିଆରର ଲୋକେ ବର୍ଷା ପାଇଁ ଚାତକ ପରି ଚାହିଁ ରହିଛନ୍ତି।

ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ଲଗାତାର ପ୍ରବଳ ବର୍ଷା  ଜାରି ରହିଛି।

ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ଏହି ପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ ୧୮ଟି ରାଜ୍ୟ ପାଇଁ ବର୍ଷା ସତର୍କ ସୂଚନା ଜାରି କରିଛି।

ବଙ୍ଗୋପସାଗରରେ ସକ୍ରିୟ ହୋଇଥିବା  ଲଘୁଚାପ  ଉତ୍ତର ଓ ମଧ୍ୟ ଭାରତରେ ବର୍ଷାକୁ ଅଧିକ ଶକ୍ତିଶାଳୀ କରିଛି।

ଏହାର ପ୍ରଭାବରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ଜାରି ରହିପାରେ।

ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ଓ ଜାମ୍ମୁ-କାଶ୍ମୀର ଭଳି ରାଜ୍ୟଗୁଡ଼ିକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

ସବୁଠାରୁ ଚିନ୍ତାଜନକ ସ୍ଥିତି ଚିତ୍ରକୂଟ ଅଞ୍ଚଳରେ ଦେଖାଦେଇଛି।

ମନ୍ଦାକିନୀ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବାରୁ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପରିସ୍ଥିତିର ସମୀକ୍ଷା କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ୟୁପିର ବାରାଣସୀ, ପ୍ରୟାଗରାଜ, ଲକ୍ଷ୍ନୌ, ବଲିଆ, ଗାଜିଆବାଦ ଓ ମୁରାଦାବାଦରେ ମଧ୍ୟ ବର୍ଷା ଆଲର୍ଟ ଜାରି ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)