Heavy Rain: ବଲାଙ୍ଗୀରରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡ଼ି ବୃଦ୍ଧ ମୃତ
"ବଲାଙ୍ଗୀର (ଅଞ୍ଜନ ପ୍ରଧାନ): ଲଗାଣ ବର୍ଷା ବଲାଙ୍ଗୀର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି।
ପ୍ରବଳ ବର୍ଷା ଜଣକର ଜୀବନ ନେଇଛି।
ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।
ପୁଇନ୍ତଳା ବ୍ଲକ୍ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ଲୁହୁରେନପାଲି ଗାଁରେ ଏହି ଅଘଟଣ ଘଟିଛି।
ଗଣ୍ଡାରାମ କୁମ୍ଭାର (୬୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଗତ ରାତିରେ ନିଜ ଝାଟିମାଟି ଘରେ ଶୋଇଥିଲେ।Advertisment ରାତି ସାରା ଲାଗି ରହିଥିବା ପ୍ରବଳ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା।
ଉଭୟ ସ୍ୱାମୀ-ସ୍ତ୍ରୀ ଘର ଭିତରେ ଚାପି ହୋଇଯାଇଥିଲେ।
ରବିବାର ସକାଳେ ପଡ଼ୋଶୀମାନେ ଘଟଣା ଜାଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଗୁରୁତର ଅବସ୍ଥାରେ ଲକ୍ଷ୍ମୀ କୁମ୍ଭାରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ୍କୁ ପଠାଯାଇଥିଲା।
ହେଲେ, ଗଣ୍ଡାରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପୁଇନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା।
Heavy Rain: ହିମାଚଳରେ ପ୍ରବଳ ବର୍ଷା, ୩ ମୃତ "