Heavy Rain: ବନ୍ୟାପାଣି ଭସାଇ ନେଲା କୁଡ଼ିଆ, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ
"ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ବ୍ରିଜ୍ ନିର୍ମାଣ କାମ କରୁ ଥିଲେ।
ହଠାତ୍ ନଦୀରେ ବନ୍ୟା ପାଣି ଆସି ଯାଇଥିଲା l ଶ୍ରମିକମାନେ ରହୁଥିବା ଅସ୍ଥାୟୀ କୁଡ଼ିଆ ବନ୍ୟାପାଣିରେ ଭାସିଗଲା l ଜୀବନ ବଞ୍ଚାଇବା ପାଇଁ ୧୪ ଶ୍ରମିକ ରାତି ସାରା ଏକ ଗଛ ଉପରେ ଚଢି ଯାଇଥିଲେl ଏପରି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଛୁରା ଥାନା ବିଜୟପାଲ ଗାଁରେlAdvertisment ବିଜୟପାଲ ଗାଁ ନିକଟରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବଗନଇ ନଦୀରେ ଏକ ବ୍ରିଜ୍ ନିର୍ମାଣ କାମ ଜାରି ରହିଛି।
ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏହି ବଗନଇ ନଦୀରେ ବନ୍ୟା ପାଣି ଚାଲି ଆସି ଥିଲାl ସେଠାରେ କାମ କରୁଥିବା ୧୪ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ନଦୀରେ ଓହଳି ଯାଇ ଥିଲାl Heavy Rain: ହିମାଚଳରେ ପ୍ରବଳ ବର୍ଷା, ୩ ମୃତ ଜୀବନ ବଞ୍ଚାଇବା ପାଇଁ ୧୪ ଜଣ ଶ୍ରମିକ ଏକ ଗଛରେ ରାତି ସାରା ରହି ଯାଇ ଥିଲେl ସୂଚନା ପାଇ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସପି ଦେବବ୍ରତ ସିରମୋର ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସଡିଆରଏଫ୍ ଟିମ୍ ପହଞ୍ଚି ସମସ୍ତ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।
ସମସ୍ତେ ସୁରକ୍ଷିତ ଥିବା ଗରିଆବନ୍ଧ ଡିଏସପି ଲିତେଶ ସିଂହ ଜଣାଇଛନ୍ତି।
"