Heavy Rain:ବିପଦ ସଂକେତ ଉପରେ ବଂଶଧାରା ଜଳସ୍ତର: ୧୦୦୬ ଜଣଙ୍କୁ ସ୍ଥାନାନ୍ତର

Oct 29, 2026 - 07:50
Heavy Rain:ବିପଦ ସଂକେତ ଉପରେ ବଂଶଧାରା ଜଳସ୍ତର: ୧୦୦୬ ଜଣଙ୍କୁ ସ୍ଥାନାନ୍ତର

କାଶୀନଗର (ଆନନ୍ଦ ପାତ୍ର): ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି।

ଫଳରେ ଏଠାରେ ପ୍ରବାହିତ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଅତିକ୍ରମ କରିଛି।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

Advertisment ଗୁରୁବାର ସକାଳ ୬ଟା ସୁଦ୍ଧା ବଂଶଧାରା ନଦୀର ଜଳସ୍ତର ୫୫.୬୦ ମିଟରରେ ପହଞ୍ଚିଥିବା ବେଳେ ଏହାର ବିପଦ ସଂକେତ ୫୪.୬୦ ମିଟର ରହିଛି।

ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଂକେତଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି।

ବିଭିନ୍ନ ନଦୀଘାଟରେ ବ୍ୟାରିକେଡ୍ ନଦୀର ଜଳସ୍ତର ବୃଦ୍ଧିକୁ ଦେଖି ପ୍ରଶାସନ ପକ୍ଷରୁ ବିଭିନ୍ନ ନଦୀଘାଟରେ ବ୍ୟାରିକେଡ୍ ଲଗାଯାଇ ଲୋକଙ୍କ ଯାତାୟାତ ବନ୍ଦ କରାଯାଇଛି।

ନଦୀରେ ଗାଧୋଇବାକୁ ନ ଯିବା ପାଇଁ ମଧ୍ୟ ଲୋକଙ୍କୁ ବାରଣ କରାଯାଇଛି।

ନଦୀକୂଳ ଅଞ୍ଚଳରେ ତଦାରଖ ଜାରି ଅନ୍ୟପକ୍ଷରେ ନଦୀକୂଳ ଓ କାଶୀନଗରର ତଳିଆ ଅଞ୍ଚଳରେ ବସବାସ କରୁଥିବା ୧୦୦୬ ଜଣଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ଲୋକଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ନଦୀକୂଳ ଅଞ୍ଚଳରେ ତଦାରଖ ଜାରି ରହିଛି।

କାଶୀନଗର ବ୍ଲକ୍‌ର ନୋଡାଲ ଅଧିକାରୀ ଫାଲ୍ଗୁନ ମାଝୀ, ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ, ଏବିଡିଓ ମାନସ ରଞ୍ଜନ ପ୍ରଧାନ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କେ.

ଦିବ୍ୟ ରଞ୍ଜନ ନଦୀକୂଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିବା ସହ ସମସ୍ତେ ସଜାଗ ଥିବା ନୋଡାଲ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Heavy rain: ଘରେ ପଶିଲା ବନ୍ୟା ପାଣି; ଅନେକ ଗାଁ ଜଳବନ୍ଦୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)