Healthy Hair Diet: ସୁସ୍ଥ କେଶ ପାଇଁ ଦାମୀ ସାମ୍ପୁ ନୁହେଁ, ସଠିକ୍ ଖାଦ୍ୟ ଜରୁରୀ

Aug 04, 2026 - 09:38
Healthy Hair Diet: ସୁସ୍ଥ କେଶ ପାଇଁ ଦାମୀ ସାମ୍ପୁ ନୁହେଁ, ସଠିକ୍ ଖାଦ୍ୟ ଜରୁରୀ

"ନୂଆଦିଲ୍ଲୀ: ସୁନ୍ଦର, ଘନ ଓ ଲମ୍ବା କେଶ ପାଇବାକୁ ଅଧିକାଂଶ ଲୋକ ଦାମୀ ସାମ୍ପୁ କିମ୍ବା ତେଲ ଉପରେ ନିର୍ଭର କରୁଥିବା ବେଳେ, ବାସ୍ତବରେ ଏହାର ମୂଳ ରହସ୍ୟ ଆମ ଦୈନନ୍ଦିନ ଖାଦ୍ୟରେ ଲୁଚି ରହିଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, କେଶର ସ୍ୱାସ୍ଥ୍ୟ ଆମ ଶରୀରର ଭିତରୁ ଆସୁଥିବା ପୋଷଣ ଉପରେ ନିର୍ଭର କରେ।ସାଧାରଣତଃ କେଶ ଝଡ଼ିବା କିମ୍ବା ଧୀର ବୃଦ୍ଧିର କାରଣ ଖୋଜିବା ସମୟରେ ଆମେ ବାହ୍ୟ ଦ୍ରବ୍ୟକୁ ଦୋଷ ଦେଉଥାଉ, କିନ୍ତୁ ପ୍ରକୃତ ସମସ୍ୟା ଆମ ଖାଦ୍ୟ ଅଭ୍ୟାସରେ ଲୁଚି ରହିଥାଏ।

ଶରୀରକୁ ଯଥେଷ୍ଟ ପୋଷକ ତତ୍ତ୍ୱ ମିଳିଲେ ଏହାର ପ୍ରଭାବ ପ୍ରଥମେ କେଶ ଉପରେ ଦେଖାଯାଏ।

ତେଣୁ ସୁସ୍ଥ ଓ ଶକ୍ତିଶାଳୀ କେଶ ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟାବଶ୍ୟକ।Advertisment ସୁସ୍ଥ କେଶ ପାଇଁ ଜରୁରୀ ଖାଦ୍ୟ: ପ୍ରୋଟିନ୍ ଭରା ଖାଦ୍ୟ: କେଶର ମୂଳ ଉପାଦାନ କେରାଟିନ୍, ଯାହା ପ୍ରୋଟିନ୍ ରୁ ତିଆରି ହୋଇଥାଏ।

ଡାଲି, ମୁଗ, ଚଣା, ରାଜମା, ସୋୟାବିନ୍, ଅଣ୍ଡା, କ୍ଷୀର ଓ ପନିର ଭଳି ଖାଦ୍ୟ କେଶ ବୃଦ୍ଧିକୁ ସହାୟତା କରେ।ଲୌହ ସମୃଦ୍ଧ ସବୁଜ ପନିପରିବା: ପାଳଙ୍ଗ, ମେଥି, ସୋରିଷ ଶାଗ ଓ ବଥୁଆ ଭଳି ସବୁଜ ପତ୍ରଯୁକ୍ତ ଶାଗରେ ଆଇରନ୍ ଓ ଫୋଲେଟ୍ ଥାଏ, ଯାହା ରକ୍ତ ସଞ୍ଚାଳନ ବଢାଇ କେଶ ମୂଳକୁ ପୋଷଣ ଯୋଗାଏ।ବାଦାମ ଓ ମଞ୍ଜି: ବାଦାମ, ଅଖରୋଟ, ଚିଆ ଓ ଅଳସୀ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍, ବାୟୋଟିନ୍ ଓ ଭିଟାମିନ୍-ଇ ରହିଥାଏ।

ଏହା କେଶକୁ ଶକ୍ତିଶାଳୀ କରି ଚମକ ବଢାଏ।ଭିଟାମିନ-ସି ଭରପୂର ଫଳ: ଅଁଳା, କମଳା, ଲେମ୍ବୁ, ପିଜୁଳି ଓ ଅମୃତଭଣ୍ଡାରେ ଭିଟାମିନ-ସି ଥାଏ, ଯାହା କୋଲାଜେନ ଗଠନରେ ସାହାଯ୍ୟ କରି କେଶକୁ ଶକ୍ତିଶାଳୀ କରେ।ପୁରା ଶସ୍ୟ: ଓଟସ୍, ବ୍ରାଉନ୍ ରାଇସ୍, ବାର୍ଲି ଓ ମାଣ୍ଡିଆରେ ଜିଙ୍କ୍, ଆଇରନ୍ ଓ ବି-କମ୍ପ୍ଲେକ୍ସ ଭିଟାମିନ୍ ରହିଥାଏ, ଯାହା କେଶ ବୃଦ୍ଧି ଚକ୍ରକୁ ପ୍ରୋତ୍ସାହିତ କରେ।ଦୁଗ୍ଧଜାତ ଖାଦ୍ୟ: କ୍ଷୀର, ଦହି ଓ ପନିର କେବଳ କ୍ୟାଲସିୟମ୍ ନୁହେଁ, ପ୍ରୋଟିନ୍ ଓ ଭିଟାମିନ୍ ବି୧୨ ଯୋଗାଇ କେଶକୁ ଭିତରୁ ମଜଭୁତ କରେ।ପାଣି ଓ ସ୍ୱାସ୍ଥ୍ୟକର ଚର୍ବି: ଦିନକୁ ୮-୧୦ ଗ୍ଲାସ୍ ପାଣି ପିଇବା କେଶକୁ ହାଇଡ୍ରେଟ୍ ରଖେ।

ଏହା ସହିତ ଘିଅ, ଚିନାବାଦାମ ତେଲ ଓ ଅଲିଭ୍ ତେଲ ପରି ସ୍ୱାସ୍ଥ୍ୟକର ଚର୍ବି କେଶକୁ କୋମଳ ଓ ଚକଚକିଆ କରେ।

Chimney: ରୋଷେଇ ଘର ଚିମନିରୁ ତେଲ ଦାଗ ହଟାଇବାର ସହଜ ଘରୋଇ ଉପାୟ ଜାଣିଛନ୍ତି କି?

ସୁନ୍ଦର ଓ ଘନ କେଶ ପାଇଁ ବାହ୍ୟ ଦ୍ରବ୍ୟ ଠାରୁ ବେଶି ଆବଶ୍ୟକ ହେଉଛି ସଠିକ୍ ପୋଷଣ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।