02 NOVEMBER 2026

Welcome!

Unlock your personalized experience.
Sign Up

Health Programme: ଓଏମସି ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Nov 02, 2026 - 21:41
Health Programme: ଓଏମସି ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ସ୍ତନ କର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି, ଏହାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଭୁବନେଶ୍ୱର ସ୍ଥିତ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅକ୍ଟୋବର ମାସକୁ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଲତ୍ ଆଫରିନ୍ ଙ୍କ ସମେତ ୫୫ ଜଣ ମହିଳା ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ରୋଗର ଆଗୁଆ ଚିହ୍ନଟ ସମ୍ପର୍କରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସ୍ତନ କର୍କଟ ରୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ ଏହାର ସାଧାରଣ ଲକ୍ଷଣ, ସମ୍ଭାବ୍ୟ ବିପଦ କାରକ, ପ୍ରାରମ୍ଭିକ ଚିହ୍ନଟର ଆବଶ୍ୟକତା ଏବଂ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି, ଶରୀରରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ବା ଲକ୍ଷଣ ଦେଖାଦେଲେ ତାହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Mines: ଲୁହାପଥର, କ୍ରୋମାଇଟ୍ ଖଣି ପରିଦର୍ଶନ କଲେ ଓଏମସିର ପରିଚାଳନା ନିର୍ଦ୍ଦେଶକ

ସେହିପରି, ନିୟମିତ ସ୍କ୍ରିନିଂ, ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସମୟୋଚିତ ଚିକିତ୍ସା ଗ୍ରହଣ ମାଧ୍ୟମରେ ଏହି ରୋଗର ମୁକାବିଲା କରିବାରେ ସଚେତନତାର ଭୂମିକା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଯାଇଥିଲା। ରୋଗ ସମ୍ପର୍କିତ ଭୟ, ଦ୍ୱିଧା ଓ ସାମାଜିକ ସଙ୍କୋଚ ଦୂର କରି ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଏବଂ ଆବଶ୍ୟକ ସମୟରେ ଚିକିତ୍ସା ସେବା ଗ୍ରହଣ କରିବାକୁ ଉତ୍ସାହିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା। କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦେବା ସହ ଏକ ସୁସ୍ଥ ପରିବେଶ ଗଠନ ଦିଗରେ ଓଏମସି ସଦା ପ୍ରତିଶ୍ରୁତିବଦ୍ଧ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)