Health Camp: ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସର ସ୍ବାସ୍ଥ୍ୟ ଶିବିର
ଭୁବନେଶ୍ବର: ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସ ଓ ଆପୋଲୋ ହସ୍ପିଟାଲ୍ର ମିଳିତ ସହଯୋଗରେ ଆଇଡିବିଆଇ ବ୍ୟାଙ୍କର ଚନ୍ଦ୍ରଶେଖରପୁର ଶାଖାରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବୀମାର ଆବଶ୍ୟକତା ଓ ଗୁରୁତ୍ବ ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଦି ନିଉ ଇଣ୍ଡିଆ ଆସ୍ୟୁନ୍ସେର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଦୁଷ୍ମନ୍ତ କୁମାର ମଲ୍ଲ ଓ ଆଇଡିବିଆଇ ବ୍ୟାଙ୍କର ଚନ୍ଦ୍ରଶେଖରପୁର ଶାଖାର ଶାଖା ପ୍ରବନ୍ଧକ ପୁଷ୍କକଳିତା କର ଅତିଥି ଭାବେ ଯୋଗଦେଇଥିଲେ। ଆପୋଲୋ ହସ୍ପିଟାଲର ବିଶେଷଜ୍ଞ ଚିକିତ୍ସକ ଦଳ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।