Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି

Nov 05, 2026 - 00:52
Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି

ରାଉରକେଲା (ଦେବବ୍ରତ ଗଡ଼ତିଆ): ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମୀଣ ସ୍ୱାସ୍ଥ୍ୟସେବା ଏବେ ଚରମ ସଙ୍କଟ ଦେଇ ଗତି କରୁଛି।

ଜିଲ୍ଲାରେ ଥିବା ୨୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି।

ଜିଲ୍ଲାର ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଇଁ ମୋଟ୍‌ ୪୧୭ଟି ବିଶେଷଜ୍ଞ ଓ ଅନ୍ୟାନ୍ୟ ଡାକ୍ତର ପଦବି ମଞ୍ଜୁର ହୋଇଛି।

ତେବେ ଏଥିମଧ୍ୟରୁ ମାତ୍ର ୨୧୪ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୨୦୩ଟି ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବି ବହୁଦିନ ହେଲା ଖାଲିପଡ଼ିଛି।

ମଞ୍ଜୁରୀପ୍ରାପ୍ତ ପଦବିର ୪୮.୬୮% ପଦବି ଖାଲି ରହିଥିବାରୁ ଜିଲ୍ଲାର ଗରିବଶ୍ରେଣୀର ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

Advertisment ପ୍ରତ୍ୟେକ ସିଏଚ୍‌ସିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ, ଯଥା- ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ, ମେଡିସିନ୍‌, ସର୍ଜରି ଆଦି ବିଭାଗରେ ଅନ୍ୟୂନ ଜଣେ ଲେଖାଏ ବିଶେଷଜ୍ଞ ଡାକ୍ତର ରହିବା ଆବଶ୍ୟକ।

ଏହି କ୍ରମରେ ପ୍ରତ୍ୟେକ ସିଏଚ୍‌ସିରେ ଜଣେ ଲେଖାଏ ବିଶେଷଜ୍ଞ ପଦବି ମଞ୍ଜୁର ହୋଇଥିଲେ ମଧ୍ୟ ଡାକ୍ତର ନାହାନ୍ତି।

ମୋଟ୍‌ ୮୦ଟି ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରୁ କେବଳ ୧୯ ଜଣ ଅଛନ୍ତି।

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମଞ୍ଜୁରୀପ୍ରାପ୍ତ ୨୦ଟି ପଦବିରୁ ୭ ଜଣ ଥିବାବେଳେ ୧୩ଟି ଖାଲି ରହିଛି।

ସେହିଭଳି ଶିଶୁରୋଗ ବିଭାଗରେ ୨୦ରୁ ୧୩ଟି ପଦବି ଖାଲିପଡ଼ିଥିବା ବେଳେ ମେଡିସିନ ବିଭାଗରେ ୨୦ରୁ ୧୩ ଜଣ ନାହାନ୍ତି।

ସବୁଠାରୁ ଶୋଚନୀୟ ଅବସ୍ଥା ସର୍ଜରି ବିଭାଗରେ ଦେଖିବାକୁ ମିଳିଛି।

Health: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ନିୟୋଜିତ ଏହି ବିଭାଗରେ ୨୦ଟି ପଦବିରୁ ୧୯ଟି ଖାଲିପଡ଼ିଛି।

ଅର୍ଥାତ୍‌, କେବଳ ଜଣେ ବିଶେଷଜ୍ଞ କାର୍ଯ୍ୟରତ ଅଛନ୍ତି।

ଅନ୍ୟାନ୍ୟ ବର୍ଗର ଡାକ୍ତରମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି।

ଅନ୍ୟାନ୍ୟ ବର୍ଗର ୩୩୭ଟି ମଞ୍ଜୁରୀପ୍ରାପ୍ତ ପଦବିରୁ ୧୯୫ ଜଣ ଥିବାବେଳେ ୧୪୨ ଜଣ ନାହାନ୍ତି।

ଉତ୍କଟ ଡାକ୍ତର ଅଭାବ ଯୋଗୁ ଗ୍ରାମାଞ୍ଚଳର ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ରୋଗୀମାନେ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ହସ୍ପିଟାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

ଏହାଦ୍ୱାରା ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଛି।

ଏମିତିକି ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କ ଜୀବନହାନି ଘଟୁଥିବାର ଏକାଧିକ ନଜିର ରହିଛି।

ବିଶେଷକରି ସର୍ଜରି ଓ ପ୍ରସୂତି ବିଭାଗରେ ଡାକ୍ତର ନଥିବାରୁ ପ୍ରସୂତି ଓ ଗୁରୁତର ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମୀଣ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ଖାଲି ପଡ଼ିଥିବା ପଦବିଗୁଡ଼ିକୁ ପୂରଣ କରିବାକୁ ଦାବି ଜୋର୍‌ ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)