Andhra booth: ନଇଁଲା ଆନ୍ଧ୍ର, ହଟିଲା ବୁଥ୍‌: ନେରେଡ଼ିୱାଲସା ବଦଳରେ ଆନ୍ଧ୍ରର ସାରିକାରେ ବୁଥ୍‌

Nov 05, 2026 - 02:27
Andhra booth: ନଇଁଲା ଆନ୍ଧ୍ର, ହଟିଲା ବୁଥ୍‌: ନେରେଡ଼ିୱାଲସା ବଦଳରେ ଆନ୍ଧ୍ରର ସାରିକାରେ ବୁଥ୍‌

ପଟାଙ୍ଗି/ କୋରାପୁଟ : କୋଟିଆରେ ହେବନି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ।

ଓଡ଼ିଶାର ତୀବ୍ର ବିରୋଧ ପ‌ରେ ନଇଁଛି ଆନ୍ଧ୍ର।

କୋଟିଆ ପଞ୍ଚାୟତର ନେରେଡିୱାଲସାରେ ହେବାକୁ ଥିବା ବୁଥ୍‌କୁ ଆନ୍ଧ୍ର ନିଜ ସୀମା ଭିତରେ ଥିବା ସାରିକାକୁ ଉଠାଇ ନେଇଛି।

ଯାହା ଓଡ଼ିଶାର ମିସନ୍‌ କୋଟିଆକୁ ବଡ଼ ସଫଳତା ଦେଇଛି।

ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋଟିଆ ସ୍ବତନ୍ତ୍ର ଅଧିକାରୀ ସୌରଭ ନାୟକଙ୍କ ତତ୍ତ୍ବାବଧାନରେ ୯ ମାଜିଷ୍ଟ୍ରେଟ, ଦୁଇ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୪ ଏସ୍‌ଡିପିଓ, ୧୫ ଆଇଆଇସି, ୨୦ ଏସ୍‌ଆଇ, ୨୫ ଏଏସ୍‌ଆଇଙ୍କ ସହ ମୋଟ ୧୪ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିବା ବେଳେ ନେରେଡିୱାଲସାରେ ୪ ପ୍ଲାଟୁନ୍‌ ପୁଲିସ ସୀମାକୁ ଜଗି ରହିଛନ୍ତି।

ସେହିପରି ଫଗୁଣସିନେରୀ ଓ ଉପରସେମ୍ବିରେ ମଧ୍ୟ ଓଡ଼ିଶା ପୁଲିସକୁ ମୁତୟନ କରାଯାଇଛି।

ଆସନ୍ତାକାଲି ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବ।

ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍‌ କରିଥିଲା।

Advertisment ICICI Life Insurance: ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପେନ୍‌ସନ୍‌ ପ୍ଲାନ୍‌ ନେରେଡ଼ିୱାଲସା ବଦଳରେ ଆନ୍ଧ୍ରର ସାରିକାରେ ବୁଥ୍‌ ଆନ୍ଧ୍ର ପୁଲିସକୁ ତଡ଼ି ଚେକ୍‌ପୋଷ୍ଟ କବ୍‌ଜା କଲା ଓଡ଼ିଶା ଆନ୍ଧ୍ର-ଓଡ଼ିଶା ଅଧିକାରୀଙ୍କ ଆଲୋଚନା ପରେ ନିଷ୍ପତ୍ତି ବୁଧବାର ସନ୍ଧ୍ୟାରେ ନେରିଡିୱାଲସା ସୀମାରେ ଆନ୍ଧ୍ର-ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ଆନ୍ଧ୍ରର ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପକ୍ଷରୁ ଆସିଥିବା ଜଏଣ୍ଟ କଲେକ୍ଟର ତଥା ଏଡିଏମ୍‌ ଆର୍‌.

ବୈଶାଳୀ, ଉପଜିଲ୍ଲାପାଳ ପାର୍ବତୀପୁର, ସାଲୁର ତହସିଲଦାରଙ୍କ ସହ ଆଲୋଚନା କରିଥିଲେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍‌, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ବିଜେଡି ଜିଲ୍ଲା ସଭାପତି ଝିନ ହିକକା ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ।

ଆନ୍ଧ୍ର ଅଧିକାରୀ ପ୍ରଥମେ କୋଟିଆରୁ ବୁଥ୍‌ ହଟାଇବାକୁ ନାରାଜ ଥିଲେ।

ଯୁକ୍ତି ରଖିଥିଲେ, ଆମେ ସବୁ ଭାରତୀୟ, ନିର୍ବାଚନ କଲେ କ'ଣ ହେଲା।

କୌଣସି ପରିସ୍ଥିତିରେ ଆନ୍ଧ୍ରର ନିର୍ବାଚନ କୋଟିଆରେ କରାଇ ଦିଆଯିବନି ବୋଲି କୋରାପୁଟ ଉପଜିଲ୍ଲାପାଳଙ୍କ ସମେତ ସର୍ବଦଳୀୟ ନେତା ସ୍ପଷ୍ଟ କରିଥିଲେ।

ଉପଜିଲ୍ଲାପାଳଙ୍କ ସହ ସର୍ବଦଳୀୟ ନେତାଙ୍କ ଜୋରଦାର୍‌ ବିରୋଧ ପରେ କୋଟିଆ ଭିତରେ ବୁଥ୍‌ ନକରିବାକୁ ଶେଷରେ ମାନିବା ସହ ଫେରି ଯାଇଥିଲେ ଆନ୍ଧ୍ର ଅଧିକାରୀ ଓ ପୁଲିସ।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଏହା ପୂର୍ବରୁ ଅପରାହ୍ଣରେ କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୁଲିସ ଚେକ୍‌ପୋଷ୍ଟକୁ ଭାଙ୍ଗି କବ୍‌ଜାକୁ ନେଇଥିଲା ଓଡ଼ିଶା।

ପୁଲିସ, ପ୍ରଶାସନ ସହ ନେତାଙ୍କ ବିରୋଧ ପରେ ଆନ୍ଧ୍ର ପୁଲିସ ବାହିନୀ ପଛଘୁଞ୍ଚା ଦେଲେ ଏବଂ ଚେକ୍‌ପୋଷ୍ଟ ଛାଡ଼ି ପଳାଇଥିଲେ।

ଏହାପରେ ଅସ୍ଥାୟୀ ଚେକ୍‌ପୋଷ୍ଟରେ ଏସ୍‌ଡିପିଓ ସଞ୍ଜୟ ମଣ୍ଡଳଙ୍କ ନେତୃତ୍ବରେ ପୁଲିସ ତାଲା ପକାଇଛି।

ଚେକ୍‌ପୋଷ୍ଟରେ ଆନ୍ଧ୍ର ଜଣେ ଏଏସ୍‌ଆଇଙ୍କ ସମେତ ୬ କନେଷ୍ଟବଳ, ୨ ଗୃହରକ୍ଷୀ ଙ୍କୁ ମୁତୟନ କରିଥିଲା।

ଆନ୍ଧ୍ର ପୁଲିସକୁ ଘଉାଇବା ପରେ ଆନ୍ଧ୍ର ଗୋ-ବ୍ୟାକ୍‌ ନାରାରେ କମ୍ପିଥିଲା ସୀମାନ୍ତ ଅଞ୍ଚଳ।

ଅନ୍ୟପକ୍ଷରେ ମାଡକାର-ଫଗୁଣସିନେରୀ ରାସ୍ତାକୁ ଆନ୍ଧ୍ର ସମର୍ଥକ ଗଛ ପକାଇ ଅବରୋଧ କରିଥିଲେ।

ତୁରନ୍ତ ପଟାଙ୍ଗି ଅଗ୍ନିଶମ ବିଭାଗ ପହଞ୍ଚି ଗଛ ହଟାଇ ଯାତାୟାତ ସ୍ବାଭାବିକ କରିଥିଲା।

ବୁଧବାର ବିଜେଡି, ବିଜେପି, କଂଗ୍ରେସ ନେତାଙ୍କ ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଆନ୍ଧ୍ରକୁ ବିରୋଧ କରିବା ପାଇଁ କୋଟିଆରେ ପହଞ୍ଚିଥିଲେ।

ନେରେଡିୱାଲସା ସୀମାନ୍ତରେ ବିଜେଡି ନେତା ଆନ୍ଧ୍ରର କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)