Markandeya Katju: ଜୀବନରେ କେବେ ଭୋଟ୍ ଦେଇନାହିଁ, ଆଗକୁ ବି ଦେବିନି: ମାର୍କଣ୍ଡେୟ କାଟ୍ଜୁ
ନୂଆଦିଲ୍ଲୀ: ଭାରତ ର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟ୍ଜୁ ।
ନିଜ ଜୀବନରେ କେବେ ଭୋଟ୍ ଦେଇନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଭୋଟ୍ ଦେବେ ନାହିଁ ବୋଲି ସେ କହିଛନ୍ତି।
ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ ୮୦ ବର୍ଷୀୟ କାଟ୍ଜୁ ଭାରତର ନିର୍ବାଚନୀ ବ୍ୟବସ୍ଥା, ନ୍ୟାୟପାଳିକା ଓ ରାଜନୈତିକ ଆନ୍ଦୋଳନ ସମ୍ପର୍କରେ ନିଜ ମତ ରଖିଛନ୍ତି।
Advertisment ଆହୁରି ପଢନ୍ତୁ : Ladakh Road Accident: ଲଦାଖରେ ୬୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡ଼ି, ୨ ଯବାନ ମୃତ ଭୋଟ୍ ଦେବା ପ୍ରକ୍ରିୟାକୁ ସେ ଅର୍ଥହୀନ ବୋଲି କହିବା ସହ ଏହାକୁ ଏକ ପାଗଳାମିରେ ସାମିଲ ହେବା ସହ ତୁଳନା କରିଛନ୍ତି।
ତାଙ୍କ କହିବା ଅନୁସାରେ, ଭୋଟରଙ୍କ ଏକ ବଡ଼ ଅଂଶ ପ୍ରାର୍ଥୀଙ୍କ ଯୋଗ୍ୟତା, ସଚ୍ଚୋଟତା, ଶିକ୍ଷାଗତ ଯୋଗ୍ୟତା କିମ୍ବା ଆପରାଧିକ ପୃଷ୍ଠଭୂମିକୁ ବିଚାର ନକରି ଜାତି ଓ ଧର୍ମ ଆଧାରରେ ଭୋଟ୍ ଦେଉଛନ୍ତି।
ଦେଶର ୯୦ରୁ ୯୫ ପ୍ରତିଶତ ଲୋକ ଏଭଳି ମତଦାନ କରୁଥିବା ସେ ଦାବି କରିଛନ୍ତି।
ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳ ଓ ଛାତ୍ର ସଂଗଠନଗୁଡ଼ିକର ଆନ୍ଦୋଳନ ଏବଂ କଥିତ ଭୋଟ୍ ଚୋରି ଅଭିଯୋଗ ସମ୍ପର୍କରେ ମଧ୍ୟ କାଟ୍ଜୁ ମତ ରଖିଛନ୍ତି।
ତାଙ୍କ କହିବା ଅନୁସାରେ, ଯଦି ଭୋଟରମାନେ ପ୍ରାର୍ଥୀଙ୍କ ଗୁଣ ଓ ଦୋଷ ବଦଳରେ ଜାତି ଦେଖି ଭୋଟ୍ ଦେଉଛନ୍ତି, ତେବେ ଭୋଟ୍ ଚୋରି ହୋଇଛି କି ନାହିଁ, ସେହି ପ୍ରସଙ୍ଗର ଗୁରୁତ୍ୱ ରହୁନାହିଁ।
ନୀତୀଶ କୁମାର କିମ୍ବା ତେଜସ୍ୱୀ ଯାଦବଙ୍କ ଭଳି ନେତା କ୍ଷମତାକୁ ଆସିଲେ ମଧ୍ୟ ଦାରିଦ୍ର୍ୟ, ଭୋକ ଓ ବେରୋଜଗାରୀ ଭଳି ସମସ୍ୟାରେ ସାଧାରଣ ଲୋକଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସୁନାହିଁ ବୋଲି ସେ ମତ ଦେଇଛନ୍ତି।
ଆହୁରି ପଢନ୍ତୁ : Mojtaba Khamenei: ଆମେରିକା ନିର୍ବାଚନ ଫଳାଫଳ ନେଇ ଖେମିନିଙ୍କ ସତର୍କବାଣୀ ଭାରତର ବିକାଶ ପାଇଁ ଗଣତନ୍ତ୍ର ବଦଳରେ ଆଧୁନିକ ଚିନ୍ତାଧାରାସମ୍ପନ୍ନ ଏକଚ୍ଛତ୍ର ଶାସନର ଆବଶ୍ୟକତା ଥିବା ମଧ୍ୟ କାଟ୍ଜୁ କହିଛନ୍ତି।
ତୁର୍କୀର ପୂର୍ବତନ ନେତା ମୁସ୍ତଫା କମାଲ ଅତାତୁର୍କଙ୍କ ଉଦାହରଣ ଦେଇ ସେ ଦେଶରେ ଅଶିକ୍ଷା, ରକ୍ଷଣଶୀଳତା ଓ ସାମ୍ପ୍ରଦାୟିକତା ଦୂର କରିବା ସହ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦେଇଛନ୍ତି।
ନ୍ୟାୟପାଳିକା ସମେତ ଦେଶର ସମସ୍ତ ପ୍ରତିଷ୍ଠାନରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
