Headless Body Found in Forest Drain: ବଳଦ ବିକ୍ରି ଟଙ୍କା ପାଇଁ ହତ୍ୟା! ଜଙ୍ଗଲରେ ସିନ୍‌ ରିକ୍ରିଏସନ୍‌

Nov 18, 2026 - 20:01
Headless Body Found in Forest Drain: ବଳଦ ବିକ୍ରି ଟଙ୍କା ପାଇଁ ହତ୍ୟା! ଜଙ୍ଗଲରେ ସିନ୍‌ ରିକ୍ରିଏସନ୍‌

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୁଟିବାରି ଜଙ୍ଗଲର ଏକ ନାଳରେ ପୋତା ହୋଇଥିବା ମୃତଦେହ ଠାବ ଘଟଣାରେ ଅଭିଯୁକ୍ତ ଗିରଫ।

ଗତକାଲି ଅଭିଯୁକ୍ତ ରଞ୍ଜନକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ୍।

ସୂଚନା ଅନୁସାରେ, ଆଶ୍ୱିନ ବେରେଣା ଗାଁର ବିରଞ୍ଚି ନାଏକ ନାମକ ଜଣେ ବ୍ୟକ୍ତି କୁଟିବାରି ଜଙ୍ଗଲ ଭିତରେ ଘର କରି ରହିଥିବା ରଞ୍ଜନ ବେହେରାଙ୍କୁ ବଳଦ ବିକ୍ରି କରିଥିଲେ।

ବିରଞ୍ଚି, ରଞ୍ଜନଙ୍କ ଠାରୁ ଏ ବାବଦ ଟଙ୍କା ନେବା ପାଇଁ ଯାଇଥିଲେ, ହେଲେ ଆଉ ଘରକୁ ଫେରି ନଥିଲେ।

ବହୁ ଖୋଜାଖୋଜି ପରେ ଜଙ୍ଗଲ ଭିତରେ ଥିବା ଏକ ନାଳରୁ ବିରଞ୍ଚିଙ୍କ ମୃତଦେହ ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ମିଳିଥିଲା।

Advertisment ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ କରିଥିଲା।

ପରେ ଅଭିଯୁକ୍ତ ରଞ୍ଜନକୁ ଗିରଫ କରିବା ପରେ ତାକୁ ଧରି ଗତକାଲି ଘଟଣା ସ୍ଥଳକୁ ନେଇଥିଲା।

ସେଠାରେ ଅଭିଯୁକ୍ତ, କେମିତି ହତ୍ୟାକାଣ୍ଡ ଘଟାଇଥିବା ଗୋଟି ଗୋଟି କରି କହିଥିଲା।

ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।...

କ୍ରାଇମ ସିନ୍ ରିକ୍ରିଏସନ୍ ନୟାଗଡ଼ ଦଶପଲ୍ଲା କୁଟିବାରି ହତ୍ୟାକାଣ୍ଡ ଘଟଣା ଅଭିଯୁକ୍ତକୁ କ୍ରାଇମ ସ୍ପଟକୁ ନେଇ ତନାଘନା କ୍ରାଇମ ସିନ୍ ରିକ୍ରିଏସନ କଲା ପୋଲିସ ଜଙ୍ଗଲର ଏକ ନାଳରେ ପୋତା ଯାଇଥିଲା ମୃତଦେହ କେମିତି କରିଥିଲା ହତ୍ୟା ପୋଲିସକୁ କହିଲା ଅଭିଯୁକ୍ତ ବଳଦ ବିକା ଟଙ୍କାକୁ ନେଇ ଘଟିଥିଲା ହତ୍ୟାକାଣ୍ଡ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)