HDFC: ଅନୁପ ବାଗ୍‌ଚୀଙ୍କୁ ମିଳିବ ୩୬ କୋଟିର ପ୍ୟାକେଜ୍‌

Oct 09, 2026 - 19:52
HDFC: ଅନୁପ ବାଗ୍‌ଚୀଙ୍କୁ ମିଳିବ ୩୬ କୋଟିର ପ୍ୟାକେଜ୍‌

"ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅନୁପ ବାଗ୍‌ଚୀ ବର୍ଷକୁ ୩୫.୯ କୋଟି ଟଙ୍କାର ପ୍ୟାକେଜ୍‌ ମିଳିବ।

ବର୍ତ୍ତମାନର ସିଇଓ ଶଶିଧର ଜଗଦୀଶନଙ୍କ ପ୍ୟାକେଜ୍‌ ୨୮.୬୫ କୋଟି ଟଙ୍କା ରହିଛି।

ତେଣୁ ବାଗ୍‌ଚୀଙ୍କ ପ୍ୟାକେଜ ଜଗଦୀଶନଙ୍କ ପ୍ୟାକେଜ୍‌ଠାରୁ ଯଥେଷ୍ଟ ଅଧିକ ରହିବ।

Advertisment ବାଗ୍‌ଚୀଙ୍କୁ ମିଳିବାକୁ ଥିବା ପ୍ୟାକେଜ୍‌ରେ ୮.୯୭ କୋଟି ଟଙ୍କାର ସ୍ଥାୟୀ ବେତନ, ୨୬.୯୨ କୋଟି ଟଙ୍କାର ପ୍ରଦର୍ଶନ ଆଧାରିତ ପରିବର୍ତ୍ତନଶୀଳ ବେତନ ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଚଳିତ ସପ୍ତାହରେ ସୂଚନା ଦିଆଯାଇଛି।

୨୬.୯୨ କୋଟି ଟଙ୍କାର ପରିବର୍ତ୍ତନଶୀଳ ବେତନରୁ ସେ ୮.୮୮ କୋଟି ଟଙ୍କା ଅର୍ଥ ଆକାରରେ ଏବଂ ୧୮.୦୪ କୋଟି ଟଙ୍କା ଷ୍ଟକ ଅପ୍‌ସନ୍‌ ଆକାରରେ ପାଇବେ।

ମହଙ୍ଗା ପଡ଼ିଲା ଓଡ଼ିଆ ବିରୋଧୀ ମନୋଭାବ: ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତେବେ ବାଗ୍‌ଗୀଙ୍କୁ ‌ଏହି ଦରମା ବ୍ୟାଙ୍କର ଅଂଶଧାରକମାନଙ୍କ ଅନୁମୋଦନ ଉପରେ ନିର୍ଭରଶୀଳ।

ଅନୁପ ବାଗ୍‌ଚୀଙ୍କ ବାର୍ଷିକ ବେତନ କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଅଶୋକ ଭାସୱାନିଙ୍କ ୧୭.୨୩ କୋଟି ଟଙ୍କା ଏବଂ ଆକ୍ସିସ ବ୍ୟାଙ୍କର ସିିଇଓ ଅମିତାଭ ଚୌଧୁରୀଙ୍କ ବେତନ ୧୦.୩୦ କୋଟି ଟଙ୍କା (୨୦୨୫-୨୬ ଆର୍ଥିକବର୍ଷ)ଠାରୁ ଅଧିକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)