Judgement: ମେଟ୍ରୋ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଗ୍ରହଣୀୟ ନୁହେଁ: ପ୍ରଧାନ ବିଚାରପତି

Oct 09, 2026 - 19:52
Judgement: ମେଟ୍ରୋ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଗ୍ରହଣୀୟ ନୁହେଁ: ପ୍ରଧାନ ବିଚାରପତି

"ନୂଆଦିଲ୍ଲୀ: ଶନିବାର ହେବାକୁ ଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଲାଗୁ ହୋଇଥିବା ଅଭାବନୀୟ କଟକଣାକୁ ନେଇ ଆଜି ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସାଧାରଣ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଏବଂ ଟ୍ରେନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ଶୁକ୍ରବାର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଗୋଟିଏ ମାଛି ମାରିବା ପାଇଁ ଆପଣ ହାତୁଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସହରର ସବୁ ପ୍ରାନ୍ତରୁ ଲୋକେ ଯାତ୍ରା କରୁଥିବାରୁ ସବୁ କିଛି ବନ୍ଦ କରାଯାଇପାରିବ ନାହିଁ ବୋଲି ଦର୍ଶାଇ କୋର୍ଟ ଏହି କଟକଣା ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।Advertisment ସାଧାରଣ ଜନତାଙ୍କର ସରକାରୀ ସେବା ପାଇବାର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯାତ୍ରା କରନ୍ତି ଏବଂ ଯାତ୍ରୀମାନଙ୍କର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି କୋର୍ଟ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜଣାଇଛନ୍ତି।

ଏହାସହ ବନ୍ଦ ଥିବା ମେଟ୍ରୋ ଷ୍ଟେସନ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକଣା ଲଗାଇବା ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ମଧ୍ୟରେ ଫରକ ରହିଛି ବୋଲି ଅଦାଲତ କହିଛନ୍ତି।

ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ଏ ବେବିଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ ସବୁ ଟ୍ରେନ ବାତିଲ ହେବା ସହ ମେଟ୍ରୋ ଷ୍ଟେସନ ବନ୍ଦ ରହିଛି, ଯାହାଦ୍ୱାରା କେହି କୁଆଡ଼େ ଯାଇପାରୁ ନାହାନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ଆମେ ମେଟ୍ରୋ ଷ୍ଟେସନର ପ୍ରବେଶ ପଥ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଚିନ୍ତିତ।

ଆମର ଚିନ୍ତା କୌଣସି ନିର୍ଦ୍ଦିଷ୍ଟ ପ୍ରତିବାଦକାରୀ ବା ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ, ବରଂ ଗୁରୁଗ୍ରାମ, ଗ୍ରେଟର ନୋଏଡା, ପୂର୍ବ ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀରୁ ନିଜ ଜୀବିକା ପାଇଁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ।

ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଅଧିକାରକୁ ସମର୍ଥନ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ କୋର୍ଟ ଏକ ସୀମା ରେଖା ଟାଣିଛନ୍ତି।

ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ନିୟାମକ ବ୍ୟବସ୍ଥା ଲାଗୁ କରିବାକୁ ନିଶ୍ଚିତ ଭାବେ ହକଦାର, ମାତ୍ର ଏହାର ଅର୍ଥ ନୁହେଁ ଯେ ସବୁ କିଛି ସ୍ଥଗିତ କରି ଲୋକଙ୍କୁ ଯାତାୟାତ ସୁବିଧାରୁ ବଞ୍ଚିତ କରାଯିବ।

ସମସ୍ତଙ୍କ ପାଖରେ କାର୍ ବା ବ୍ୟକ୍ତିଗତ ଯାନ ନାହିଁ, ଲୋକେ ସାର୍ବଜନୀନ ପରିବହନ ଉପରେ ନିର୍ଭର କରନ୍ତି ବୋଲି କୋର୍ଟ କହିଛନ୍ତି।

Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ମାମଲାର ଶୁଣାଣି ସରକାରଙ୍କ ସହ ଆଲୋଚନା କରିବେ ଅଦାଲତଙ୍କ ପ୍ରଶ୍ନର ଉତ୍ତର ଦେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସେ ସରକାରଙ୍କ ସହ ଆଲୋଚନା କରିବେ ଏବଂ ପରିସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ।

ମେହେଟ୍ଟା ଗତ ଜୁଲାଇ ମାସରେ ହେଇଥିବା ସିଜେପି ପ୍ରତିବାଦ ଏବଂ ସେହି ସମୟରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ରେଳବାଇ ଏବଂ ମେଟ୍ରୋ ଷ୍ଟେସନ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରି ସନ୍ତୁଳିତ ବ୍ୟବସ୍ଥା କରାଯିବ ବୋଲି ସେ କୋର୍ଟଙ୍କୁ ନିଶ୍ଚିତ କରାଇଛନ୍ତି।

ସୁପ୍ରିମ୍‌କୋର୍ଟ ଆହୁରି ମଧ କହିଛନ୍ତି ଯେ ରାସ୍ତା ବନ୍ଦ କରାଯିବା ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ଏବଂ କେଉଁ ଅଞ୍ଚଳରେ କଟକଣା ଦରକାର ଓ କେଉଁଠି ଦରକାର ନାହିଁ ତାହାର ଆକଳନ କରାଯାଉ।

ଅକ୍ଟୋବର ୧୦ରେ ପ୍ରସ୍ତାବିତ ବିକ୍ଷୋଭ ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୦ରେ ପ୍ରସ୍ତାବିତ ବିକ୍ଷୋଭ ଏବଂ ସମ୍ବେଦନଶୀଳ ଅଞ୍ଚଳ ଆଡ଼କୁ ଜନଗହଳି ବଢ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୂର୍ବରୁ ୫୭ଟି ମେଟ୍ରୋ ଷ୍ଟେସନରେ କଟକଣା ଘୋଷଣା କରାଯାଇଥିଲା।

ପରାମର୍ଶାବଳୀ ଅନୁଯାୟୀ ଶୁକ୍ରବାର ରାତି ୯ଟାରୁ ଏହି ଷ୍ଟେସନଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିବା ସହ ଟ୍ରେନ ଗୁଡ଼ିକ କମ୍ ସଂଖ୍ୟାରେ ଚାଲିବାର ଥିଲା।

ଏହି ପ୍ରତିବାଦକୁ ନେଇ ଅନେକ ଟ୍ରେନ ସେବା ପ୍ରଭାବିତ ହୋଇଛି ଏବଂ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନକୁ ଆସିବାକୁ ଥିବା କେତେକ ଟ୍ରେନକୁ ବାତିଲ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)