22 JULY 2026

Welcome!

Unlock your personalized experience.
Sign Up

HCL Tech: ଖୋରଧାରେ ଖୋଲିବ ଏଚ୍‌ସିଏଲ୍‌ ଟେକ୍: ୪୫୭୩ କୋଟିର ୨୩ ପ୍ରକଳ୍ପ ମଞ୍ଜୁର କଲେ ସରକାର

Jul 22, 2026 - 06:33
HCL Tech: ଖୋରଧାରେ ଖୋଲିବ ଏଚ୍‌ସିଏଲ୍‌ ଟେକ୍: ୪୫୭୩ କୋଟିର ୨୩ ପ୍ରକଳ୍ପ ମଞ୍ଜୁର କଲେ ସରକାର

ଭୁବନେଶ୍ବର: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌ ଖୋରଧାରେ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍‌ ଡେଭଲପ୍‌ମେଣ୍ଟ୍‌ ସେଣ୍ଟର ସ୍ଥାପନ କରିବ। ଗତବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡ଼ାରେ କମ୍ପାନି କାର୍ଯ୍ୟାଳୟ ପରିଦର୍ଶନ କରି ଓଡ଼ିଶାରେ ଏକ କ୍ୟାମ୍ପସ୍‌ ସ୍ଥାପନ କରିବାକୁ ଏଚ୍‌ସିଏଲ୍‌କୁ କହିଥିଲେ। ଆଜି ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ଏଚ୍‌ସିଏଲ୍‌ର ପ୍ରକଳ୍ପ ସମେତ ୪୫୭୩.୮୭ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୨୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେଲେ ରାଜ୍ୟରେ ୨୨,୮୭୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଅନୁଗୋଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋରଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଗ୍ରୋଇଂ ଟ୍ରି ଅଏଲ୍‌ ଆଣ୍ଡ୍‌ ରିଫାଇନାରି ୨୫୦ କୋଟି ଟଙ୍କା ନିବେଶ କରି ନୂଆପଡ଼ାରେ ଏକ ଖାଇବା ତେଲ କାରଖାନା ଓ କଟକରେ ଏକ ଡେରି ପ୍ରକଳ୍ପ କରିବ। ପୋଷାକ ଉତ୍ପାଦନ କ୍ଷେତ୍ରରେ ରିଚା ଗ୍ଲୋବାଲ୍‌ ଏକ୍ସପୋର୍ଟସ୍‌ ୮୪.୪୫ କୋଟି ଟଙ୍କା, ଆସ୍ଥା କଟ୍‌ସ୍ପିନ୍‌ ୧୨୪.୫୦ କୋଟି ଟଙ୍କା, ଏସ୍‌ପିଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ୫୦ କୋଟି ଟଙ୍କା ଓ ଏସ୍‌ଏପିଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ୨୫୪ କୋଟି ଟଙ୍କା ନିବେଶ କରିବେ। ସେଥିରୁ ତିନିଟି ପ୍ରକଳ୍ପ ପୁରୀରେ ଓ ଗୋଟିଏ ବଲାଙ୍ଗୀରରେ ହେବ। ଏସିଏମ୍‌ଇ କ୍ଲିନ୍‌ଟେକ୍‌ ସଲ୍ୟୁସନ୍ସ ତରଫରୁ ୭୭୮ କୋଟି ଟଙ୍କା ନିବେଶରେ ଗଞ୍ଜାମ ଜିଲ୍ଲାରେ ଏକ ଆଲ୍‌କାଲାଇନ୍‌ ଇଲେକ୍ଟ୍ରୋଲାଇଜର୍‌ କାରଖାନା ମଧ୍ୟ ସ୍ଥାପନ କରାଯିବ।

Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍

ନୂଆପଡ଼ାରେ ଖାଇବା ତେଲ କାରଖାନା
ପୁରୀରେ ୩ଟି ପୋଷାକ ପ୍ରକଳ୍ପ

ଡିଅନ୍‌ ରିଭରସାଇଡ୍‌ ଟାଉନ୍‌ସିପ୍‌ର ୨୭୫.୮୯ କୋଟି ଟଙ୍କାର ହସ୍ପିଟାଲ୍‌ ପ୍ରକଳ୍ପକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା। କଟକରେ ବିଶ୍ବ ଆଣ୍ଡ୍‌ ଜିତ୍‌ ମଲ୍ଟି କମ୍ପ୍ଲେକ୍ସ, ସମ୍ବଲପୁରରେ ଜେଏଏସ୍‌ ଟାୱାର୍ସ ଏଲ୍‌ଏଲ୍‌ପି ଓ ଖୋରଧାରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍‌ସ ଆଣ୍ଡ୍‌ କନଷ୍ଟ୍ରକ୍ସନର ପଞ୍ଚତାରକା ହୋଟେଲ୍‌ ଓ ରିସୋର୍ଟ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ଦୁଇଟି ଲଜିଷ୍ଟିକ୍ସ ପାର୍କ କରିବାରେ ଶ୍ରୀ ଜୟବାଲାଜୀ ଏଗ୍ରୋପ୍ରଡକ୍ଟସ୍‌ ଓ ଲିଙ୍ଗରାଜ ଟ୍ରାନ୍ସଲଜିଷ୍ଟିକ୍ସ ଯଥାକ୍ରମେ ୧୨୦ କୋଟି ଟଙ୍କା ଓ ୧୫୦ କୋଟି ଟଙ୍କା ନିବେଶ କରିବେ। ଟାଟା ଷ୍ଟିଲ୍‌ ତଫରୁ କେନ୍ଦୁଝରରେ ଏକ ରେଲୱେ ସାଇଡିଂ ନିର୍ମାଣରେ ୧୬୫.୩୦ କୋଟି ଟଙ୍କା ବିନିଯୋଗ କରାଯିବ।

Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଆର୍‌ଏଜି ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାରେ ୫୨ କୋଟି ଟଙ୍କା ଓ ଶ୍ରୀ ମହାବୀର ଫେରୋ ଆଲୟଜ ସୁନ୍ଦରଗଡ଼ରେ ୧୦୫ କୋଟି ଟଙ୍କା ନିବେଶ କରିବେ। ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁସନ୍‌ ଅନୁଗୋଳରେ ୩୫୧ କୋଟି ଟଙ୍କା ନିବେଶରେ ସୋଲାର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ। ଇଏଫ୍‌ୱାଇଓଏନ୍‌ଡିଏକ୍ସ ଖୋରଧାରେ ମେଡିକାଲ ଡିଭାଇସ୍‌ ନିର୍ମାଣ କରିବ। ରସାୟନ କ୍ଷେତ୍ରରେ ଗଞ୍ଜାମରେ ଟ୍ରାନ୍ସପେକ୍‌ ୩୪୩ କୋଟି ଟଙ୍କା, ଯାଜପୁରରେ ତିରୁପତି ମାଇକ୍ରୋଟେକ୍‌ ୭୦ କୋଟି ଟଙ୍କା ଓ ମୟୂରଭଞ୍ଜରେ କ୍ରେବ୍‌ସ ଇଣ୍ଟରନ୍ୟାସନାଲ୍‌ ୬୮.୦୧ କୋଟି ଟଙ୍କା ନିବେଶ କରିବେ। ଜିଜିବି ବ୍ୟାଟେରି ଇଣ୍ଡିଆ ତରଫରୁ କଟକରେ ୨୦୨.୫୦ କୋଟି ଟଙ୍କା ନିବେଶରେ ଏକ ଜିଙ୍କ ଆନୋଡ୍‌ ବ୍ୟାଟେରି କାରଖାନା ନିର୍ମାଣ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।